www.samajalive.in
Monday, December 15, 2025
24.1 C
Bhubaneswar

କରୋନା ଯୁଦ୍ଧ : ସହାୟତାର ହାତ ବଢାଇଲେ ହ୍ରିତିକ୍

ମୁମ୍ବଇ : ବଲିଉଡର ଅନେକ ତାରକା କରୋନା ଭୂତାଣୁ ବିରୋଧରେ ମିଳିତ ଭାବେ ଲଢୁଥିବା ଦେଖିବାକୁ ମିଳିଛି। ବଲିଉଡ଼ର ଷ୍ଟାଇଲିସ୍ ଅଭିନେତା ହ୍ରିତିକ ରୋଶନ ମଧ୍ୟ ସହାୟତାର ହାତ ବଢାଇଥିବା ଦେଖାଯାଇଛି। ହ୍ରିତିକ୍ ଭାରତରେ ଶ୍ରମିକ ଏବଂ ବୃଦ୍ଧାଶ୍ରମରେ ଥିବା ଲୋକମାନଙ୍କୁ ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ହ୍ରିତିକ ରୋଶନ ଏକ ଏନଜିଓ ମାଧ୍ୟମରେ ଅସହାୟ ଲୋକଙ୍କୁ ଏହି ସହାୟତା କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଅକ୍ଷୟ ପାଟ୍ରା ଫାଉଣ୍ଡେସନ ଜରିଆରେ ହ୍ରିତିକ ରୋଶନ ୧.୨ ଲକ୍ଷ ଗରିବ ଶ୍ରମିକ, ବଞ୍ଚିତ ଏବଂ ବୃଦ୍ଧାଶ୍ରମ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି। ଅକ୍ଷୟ ପାଟ୍ରା ଫାଉଣ୍ଡେସନ ତାହାର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛି। ଅକ୍ଷୟ ପାଟ୍ରା ଫାଉଣ୍ଡେସନ ଟ୍ୱିଟରରେ ହ୍ରିତିକ ରୋଶନଙ୍କୁ ତାଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇ ଲେଖିଛନ୍ତି ଯେ, ଆମେ ଏହାକୁ ନେଇ ବେସ୍ ଖୁସି ଅନୁଭବ କରୁଛୁ। ଆମର ମୂଳଦୁଆ ବର୍ତ୍ତମାନ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଦ୍ୱାରା ସଶକ୍ତ ହୋଇପାରିବ। ଆମେ ହ୍ରିତିକ୍ ରୋଶନଙ୍କୁ ନମସ୍କାର କରୁଛୁ। ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ।
ଅନ୍ୟପକ୍ଷରେ ହ୍ରିତିକ ରୋଶନ ମଧ୍ୟ ଅକ୍ଷୟ ପାଟ୍ରା ଫାଉଣ୍ଡେସନର ଏହି ଟ୍ୱିଟରେ ପ୍ରତିକ୍ରିୟା ରଖିଛନ୍ତି। ସେ କରୋନା ଭୂତାଣୁ ମହାମାରୀ ସମୟରେ ସଂଗଠନ ଦ୍ୱାରା କରାଯାଇଥିବା କାର୍ୟ୍ୟକୁ ପ୍ରଶଂସା କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories