ଫେସ୍‌ବୁକ୍‌ ଷ୍ଟାଟସ୍‌ରେ ପିକ୍‌ନିକରେ… ଲେଖିବାପରେ ମହିଳାଙ୍କ ଘରେ କଳାକଳା ବୁଲାଇ ଡକାୟତ

0

ବେଙ୍ଗାଲୁର: ବେଙ୍ଗାଲୁରରେ ଜଣେ ମହିଳା ଫେସ୍‌ବୁକ୍‌ ଷ୍ଟାଟସ୍‌ରେ ସେ ପିକ୍‌ନିକ୍‌ କରୁଥିବା ଲେଖିବା ମହାଙ୍ଗା ପଡିଛି । ଆର୍‌ଟି ନଗରେ ରହୁଥିବା ମହିଳା ଫେସ୍‌ବୁକ୍‌ର ଷ୍ଟାଟସ୍‌ରେ  ସେ ଭ୍ରମଣ କରିବା ପାଇଁ ବେଙ୍ଗାଲୁର ବାହାରେ ଥିବା କଥା ଅପ୍‌ଡେଟ୍‌ କରିଥିଲେ । ଘରକୁ ଫେରିବା ପରେ ତାଙ୍କର ସମସ୍ତ ଗହଣା, ଟଙ୍କା ଓ ଘର ଭିତରୁ ଦୁଇ ଚକିଆ ଗାଡିଟି ନଥିବା ଦେଖିବାକୁ ପାଇଥିଲେ ।

ପ୍ରେମଲତା ନାମକ ମହିଳା ଜଣଙ୍କ ତାଙ୍କ ଭାଇଙ୍କ ସହ ଆର୍‌ଟି ନଗରରେ ରୁହନ୍ତି । ସେ କିଛି ଦିନ ପାଇଁ ଚେନ୍ନାଇକୁ ବୁଲିବା ପାଇଁ ଯାଉଛନ୍ତି ବୋଲି ଫେସ୍‌ବୁକରେ ଉଲ୍ଲେଖ କରିଥିଲା । କିଛିଦିନ ପରେ ସେ ବେଙ୍ଗାଲୁର ଫେରିବେ ବୋଲି ଲେଖିଥିଲେ । ଭ୍ରମଣକରି ଫେରିବା ପରେ ତାଙ୍କର ଘରର ଗ୍ରୀଲ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଗରେ ଥିବା ୫ ଲକ୍ଷ ୫୭ ହଜାର ନଗଦ ଟଙ୍କା ଓ ଗହଣା ଚୋରି ହୋଇଯାଇଥିବା  ଜାଣିବାକୁ ପାଇଥିଲେ । ଏହା ସହ ତାଙ୍କର ଦୁଇ ଚକିଆ ଗାଡିଟିକୁ ବି ଚୋର ନେଇଯାଇଥିଲା । ତାଙ୍କ ଘରେ କି ପଡୋଶୀ ଘରେ ଥିବା ସିସିଟିଭି କାମ କରୁ ନ ଥିଲା । ଏଣୁ ସେ  ବାହାରକୁ ବୁଲିବାକୁ ଯାଉଛନ୍ତି ବୋଲି କାହାରିକୁ ବି ଜଣାଇ ନ ଥିଲେ । କେବଳ ଫେସ୍‌ବୁକ୍‌ରେ ସେ ଚେନ୍ନାଇକୁ ଯାଉଛନ୍ତି କିଛି ଦିନ ପରେ ଫେରିବେ ବୋଲି ଉଲ୍ଲେଖ କରିଥିଲେ ବୋଲି  କହିଛନ୍ତି । ତାଙ୍କର ଷ୍ଟାଟସ୍‌କୁ ଦେଖି କୌଣସି ଜଣାଶଣା ଲୋକ ଚୋରି କରିଛି ବୋଲି ସେ ସନ୍ଦେହ କରିଛନ୍ତି । ଏହାପରେ ପୁଲିସ ତାଙ୍କ ପଡୋଶୀ ସହ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ସୋସିଆଲ୍‌ ମିଡିଆରୁ ଦେଖି ଚୋର ଚୋରି କରିଥାଏ ପାରେ ବୋଲି ପୁଲିସ ସନ୍ଦେହ କରୁଛି ।

Leave A Reply