ଦେଖନ୍ତୁ କେମିତି ହୋଇଥିବା ବାହୁବଲୀର ସୁଟିଂ ଓ ଭିଏଫ୍ଏକ୍ସ କାମ
ବାହୁବଳୀ ଭାରତୀୟ ସିନେମା ଇତିହାସରେ ଏହା ସର୍ବାଧିକ ସଫଳ ସିନେମା । ଏହାର ଭାଗ ୧ ଓ ଭାଗ ୨ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଏସ୍ଏସ୍ ରାଜାମୌଲି ଏହାର ନିର୍ଦେଶକ ଥିଲେ । ଏପରି ଏକ ବ୍ୟୟ ବହୁଳସିନେମା ନିର୍ମାଣ ପାଇଁ ସେ ନଜ ବନ୍ଧୁ ତଥା ଅର୍କ ମିଡିଆ ଓ୍ୱାର୍କସ୍ ସିଇଓ ଶୋବୁ ୟାରଲଗଡ୍ଡାଙ୍କୁ ପରାମର୍ଶ ଦେଇଥିଲେ ।
ରାଜମୈାଲୀ ଏହ ସିନେମାରେ କିଏ କିଏ କେଉଁ ଭୂମିକାରେ ଅଭିନୟ କରିବେ ତାହା ଠିକ୍ କରିଥିଲେ । ସାହୁ ସାଇରିଲ୍ଙ୍କୁ ସିନେମାର ସେଟ୍ର ରୂପରେଖ ଓ ଏହାକୁ ତିଆରି କରିବାର ଦାୟିତ୍ୱ ଦିଆଯାଇଥିଲା । ରାମୋଜୀ ଫ୍ଲିମ୍ ସିଟିରେ ୨ହଜାର ବଢେଇଙ୍କୁ ନେଇ ସେ ଏହି ସେଟ୍ ନିର୍ମାଣ କାର୍ଯ୍ ଆରମ୍ଭ କରିଥିଲେ ।
https://www.youtube.com/watch?v=toGQu27uAm0
ସେ ସେଟ୍ରେ ଦୁଇଟି ବିଶାଳ ରାଜପ୍ରାସାଦ, ବିଶାଳ କାୟ ପ୍ରତିମୂର୍ତ୍ତୀ ସହ ଜୀବଜନ୍ତୁଙ୍କର ମୂର୍ତ୍ତୀ ତିଆରିକରିଥିଲେ । ପ୍ଲାନେଟ୍ ଅଫ୍ ଏପସ୍ ଓ ଏକ୍ସମ୍ୟାନରେ କାମ କରିଥିବା ସିନେମାଅଟୋଗ୍ରାଫର ଜହନ୍ ଗ୍ରିଫଥି ଏଥିରେ କାମ କରିଥିଲେ ।
https://www.youtube.com/watch?v=wvC9emCLxDE
କଟାପ୍ପା କାହିଁକି ବାହୁବଲୀଙ୍କୁ ମାରିଲା ତାହା ଜାଣିବା ପାଇଁ ଅଧିକାଂଶ ଏହାର ଦ୍ୱିତୀୟ ଭାଗ ଦେଖିବାକୁ ଯାଇଥିଲେ । ଏଥିରେ ବହୁତ ନୂଆ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିଲା ।