ମଙ୍ଗଳବାର ରାଶିଫଳ
ମେଷ: ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିବେ। ମେଳାପୀ ପ୍ରକୃତିର ହେବେ। ମିଠା କଥା କହି ଲୋକଙ୍କ ହୃଦୟ ଜୟ କରିପାରନ୍ତି। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।
ବୃଷ: ଶତ୍ରୁ ପରାଜିତ କରି ଆଶ୍ୱସ୍ତ ହୋଇପାରନ୍ତି। ଭାଗ୍ୟବାନ ହେବେ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସ୍ନେହ ମିଳିବ।
ମିଥୁନ: ସେବା ପୂଜା ପାଇଁ ମନ ବଳାଇ ପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ରଣକ୍ଷେତ୍ରରେ ସାହସ ଓ ବୀରତ୍ୱର ପରିଚୟ ଦେବେ। ମାଲିମୋକଦ୍ଦମାରେ ବିଜୟ ଲାଭ କରିବା ସହିତ ଧନ ଅର୍ଜନ କରିପାରନ୍ତି।
କର୍କଟ: ବିଦେଶ ଯିବାର ସୁଯୋଗ ମିଳିପାରେ। ଆୟ ପରିମାଣ ବୃଦ୍ଧି ପାଇବ। ଖର୍ଚ୍ଚ ତତୋଧିକ ହୋଇପାରେ। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ହେବେ। ଚକ୍ଷୁପୀଡ଼ା ଉପୁଜି ପାରେ। ମଧୁରଭାଷୀ ହେବେ।
ସିଂହ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷରୁ ଅର୍ଥ ମିଳିପାରେ। କରିତ୍କର୍ମା ହେବେ।
କନ୍ୟା: ଦାୟିତ୍ୱରେ ପରିବର୍ତ୍ତନ ଘଟିପାରେ। ଆୟ ଯଥେଷ୍ଟ ପରିମାଣର ହେବ। ବଂଶଗତ ମର୍ଯ୍ୟାଦା ବଜାୟ ରଖିବେ। ମନ ପ୍ରସନ୍ନ ରହିବ। ଦୟାଳୁ ମନୋବୃତ୍ତିର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି।
ତୁଳା: ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସ୍ୱାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଦୟାଳୁ, ପରୋପକାରୀ ଓ ଧାର୍ମିକ ହେବେ। ବିଚାରବନ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ କାର୍ଯ୍ୟ କରିବେ।
ଧନୁ: ହଜି ଥିବା ଦ୍ରବ୍ୟ ପାଇ ତାକୁ କାର୍ଯ୍ୟରେ ଲଗାଇ ପାରନ୍ତି। ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ମକର: ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରନ୍ତି। ବାହାର ଲୋକଙ୍କ ସହ ସୁସମ୍ପର୍କ ରଖି ଧନଲାଭ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି।
କୁମ୍ଭ: ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ହେବେ। ତେଜସ୍ୱୀ ହୋଇପାରନ୍ତି। ଆଦର୍ଶବାଦୀ ହେବେ। ବ୍ୟକ୍ତି ବିଶେଷ ଭାବେ ସମାଜରେ ପରିଗଣିତ ହେବେ।
ମୀନ: କରିତ୍କର୍ମା ହେବେ। ଉଦାର ପ୍ରକୃତିର ହୋଇପାରନ୍ତି। ଧାର୍ମିକ ହେବେ। ଦାନଶୀଳ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କ୍ଷେତ୍ର ଉପରେ ଧ୍ୟାନ ଦେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଯଶସ୍ୱୀ ଓ କୀର୍ତ୍ତିମାନ ହେବେ।