www.samajalive.in
Sunday, December 7, 2025
26.1 C
Bhubaneswar

ଚକ୍ଷୁର ସୌନ୍ଦର୍ଯ୍ୟ ପାଇଁ ଆପଣାନ୍ତୁ ଏହି ଉପାୟ

ଚକ୍ଷୁର ସୌନ୍ଦର୍ଯ୍ୟ ଆମ ମୁହଁର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଦୈନନ୍ଦିନ ଜୀବନର କେତେକ କାରଣ ହେତୁ ଚକ୍ଷୁ ଉପରେ ବହୁ ପ୍ରଭାବ ପଡ଼ିଥାଏ। ଯେପରି କମ୍ପ୍ୟୁଟର ସମ୍ମୁଖରେ ଅଧିକ ସମୟ ବସିବା, ଉପଯୁକ୍ତ ପରିମାଣ ଭିଟାମିନ ଖାଦ୍ୟ ନ ଖାଇବା, କମ ପରିମାଣରେ ପାଣି ପିଇବା ଆଦି କାରଣ ହେତୁ ଆଖି ଉପରେ କୁପ୍ରଭାବ ପଡ଼ିବା ସହ ଏହାର ସୌନ୍ଦର୍ଯ୍ୟ କମ ହୋଇଥାଏ। ଆଖି ଶରୀରର ଏକ ସୂକ୍ଷ୍ମ ଅଙ୍ଗ ହୋଇଥିବାରୁ ବିଶେଷ ଭାବରେ ଏହାର ଯତ୍ନ ନେବା ଉଚିତ। ଜାଣନ୍ତୁ କିଛି ଘରୋଇ ଉପାୟ ବିଷୟରେ….
ଆଳୁର ବ୍ୟବହାର
ଆଳୁରେ ପାଣି ଭାଗ ରହିବା ସହ ଭିଟାମିନ ସି ଓ ପୋଟାସିୟମ ଅଧିକ ପରିମାଣରେ ଥାଏ। ଏହାକୁ ନିୟମିତ ୧୦ ରୁ ୧୫ ମିନିଟ ଲଗାଇଲେ ଆଖି ପାଇଁ ଖୁବ ଲାଭଦାୟକ ଅଟେ।
ଗୋଲାପ ଜଳ
ଆଖିରେ ବିଶେଷ କରି ଆଖିର ତଳ ଭାଗରେ ଗୋଲାପ ଜଳକୁ ତୁଳା ସାହାଯ୍ୟରେ ବ୍ୟବହାର କରିବା ଦ୍ୱାରା ଆଖି କୁଣ୍ଡାଇ ହେବା, ଲାଲ ହେବା ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।
କାକୁଡ଼ିର ବ୍ୟବହାର
କାକୁଡ଼ିରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଥାଏ। ଏହାର ଆଖିର ଥକ୍କାପଣ ଦୂର କରିଥାଏ। ଆଖି ତଳର କଳା ଦାଗ ଦୂର କରିବା ସହ ଏହାର ସୌନ୍ଦର୍ଯ୍ୟ ବଢାଇଥାଏ। କାକୁଡ଼ିକୁ ଗୋଲ ଆକୃତିର ଦୁଇଫାଳ କାଟି ନିୟମତି ୧୫ ରୁ ୨୦ ମିନିଟ ଆଖି ଉପରେ ରଖନ୍ତୁ। ଆଖି ପାଇଁ ଏହା ଖୁବ ଲାଭଦାୟକ ।
ଲିଚୁର ବ୍ୟବହାର
ଲିଚୁ ଖାଇବା ପାଇଁ ଯେପରି ସ୍ୱାଦିଷ୍ଟ ଅଟେ। ସେପରି ଆଖି ପାଇଁ ମଧ୍ୟ ଲାଭଦାୟକ ଅଟେ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଆଖିର ଦାଗ ଦୂର କରିବା ସହ ଏହାର ଉଜ୍ଜ୍ୱଳତା ବଢାଇଥାଏ। ଏହାକୁ ଦୁଇଫାଳ କରି ଆଖିରେ ଲଗାଇ ୨୦ ରୁ ୩୦ ମିନିଟ ରଖିଲେ ଏହା ଆଖି ପାଇଁ ଖୁବ ଉପକାରୀ ହୋଇଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories