www.samajalive.in
Monday, December 8, 2025
14.1 C
Bhubaneswar

ବାଂଲାଦେଶ ଭାରତର ଏକ ବିକାଶ ଅଂଶୀଦାର ପାଲଟିଛି – ମୋଦୀ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ଓ ବାଂଲାଦେଶ ପାରସ୍ପରିକ ବିଶ୍ୱାସ ଓ ସହଯୋଗ ବୃଦ୍ଧି ଜରିଆରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଏକ ନୂଆ ରୂପ ଦେଇଛନ୍ତି। ଏହାଫଳରେ ଦ୍ୱିପାକ୍ଷିକ ଅଂଶୀଦାରୀ ଓ ସହଯୋଗ ଅଧିକ ବ୍ୟାପକ ଏବଂ ନିବିଡ଼ ହୋଇଛି। ଶେଖ୍‍ ମୁଜିବୁର ରହେମାନଙ୍କ ଜନ୍ମଶତବାର୍ଷିକ ଉତ୍ସବ ଅବସରରେ ଏକ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜଳ ଓ ସ୍ଥଳ ସୀମା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସଂପର୍କକୁ ଆଲୋଚନା ଭିତ୍ତିରେ ସମାଧାନ କରିବାରେ ଦୁଇ ଦେଶ ସକ୍ଷମ ହୋଇଛନ୍ତି। ଏବେ ବାଂଲାଦେଶ ଦକ୍ଷିଣ ଏସିଆରେ ଭାରତର ସବୁଠୁ ବଡ଼ ବାଣିଜ୍ୟିକ ଅଂଶୀଦାର କେବଳ ନୁହେଁ, ଏହା ମଧ୍ୟ ଭାରତର ଏକ ବିକାଶ ଅଂଶୀଦାର ପାଲଟିଛି।

ଭାରତରେ ଉତ୍ପାଦିତ ହେଉଥିବା ବିଜୁଳି ଦ୍ୱାରା ବାଂଲାଦେଶର ଲକ୍ଷଲକ୍ଷ ଘର ଏବଂ କାରଖାନାରେ ଆଲୁଅ ଜଳୁଛି। ଗତ ୫ ବର୍ଷ ମଧ୍ୟରେ ଭାରତ ଓ ବାଂଲାଦେଶ ଦ୍ୱିପାକ୍ଷିକ ସଂପର୍କର ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ବଙ୍ଗବନ୍ଧୁ ଶେଖ୍‍ ମୁଜିବୁର ରହେମନ ବାଂଲାଦେଶକୁ ଏକ ଗଠନମୂଳକ ଓ ପ୍ରଗତିଶୀଳ ସମାଜରେ ପରିଣତ କରିଥିଲେ ଏବଂ ଏଥିରୁ ଏହା ସ୍ପଷ୍ଟ ଯେ ନକାରାତ୍ମକ ବିଚାର ଏବଂ ହିଂସା ଦ୍ୱାରା କୌଣସି ବିକାଶମୂଳକ କାର୍ଯ୍ୟକ୍ରମ ସମ୍ଭବ ନୁହେଁ। ବଙ୍ଗବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶେଖ୍‍ ହସିନାଙ୍କ ନେତୃତ୍ୱରେ ବାଂଲାଦେଶ ଆଗକୁ ବଢ଼ୁଛି। ବିକାଶମୂଳକ ଏବଂ ସମାବେଶୀ ନୀତି ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories