www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀରେ ୫୦ରୁ ଅଧିକ ଲୋକଙ୍କ ସମାଗମ ଉପରେ ଲାଗିଲା କଟକଣା, ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଖୋଲିବ ହ୍ୟାଣ୍ଡୱାଶ୍‌ ଷ୍ଟେଶନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁକୁ ନେଇ ବିପଦ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ଜିଲାର ଅଧିକାରୀମାନଙ୍କ ସହିତ ବୈଠକ କରି ଏହାର ମୁକାବିଲା ପାଇଁ ଅଣ୍ଡା ଭିଡିଛନ୍ତି। ଦିଲ୍ଲୀର କୌଣସି ସ୍ଥାନରେ ୫୦ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗୁ କରାଯିବା ନେଇ ବୈଠକରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଯେକୌଣସି ପ୍ରକାର ଧାର୍ମିକ, ରାଜନୈତିକ ଅଥବା ସାମାଜିକ କାର୍ଯ୍ୟକ୍ରମ କିମ୍ବା ବିକ୍ଷୋଭ ପ୍ରଦର୍ଶନ ହେଉ ନା କାହିଁକି, କୌଣସି ସ୍ଥାନରେ ୫୦ରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ତେବେ ବୈଠକ ପରେ ଶାହୀନବାଗକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏଠାରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଅନେକ ଦିନ ହେଲାଣି ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଆନ୍ଦୋଳନ ଚଳାଇଆସୁଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଯିବାରେ ସେ କହିଛନ୍ତି, ଯେକୌଣସି ବିକ୍ଷୋଭ ହେଉ ୫୦ରୁ ଅଧିକ ଲୋକ ରହିପାରିବେ ନାହିଁ। ତେବେ ବିବାହ ଉତ୍ସବ ପାଇଁ ଏହି କଟକଣା ଲାଗୁ ହୋଇନାହିଁ। କିନ୍ତୁ ବିବାହ ତାରିଖକୁ ଘୁଞ୍ଚାଇବାକୁ କେଜ୍ରିୱାଲ ଲୋକଙ୍କୁ ନିବେଦନ କରିଛନ୍ତି।

- Advertisement -

କେଜ୍ରିୱାଲ ଜିଲାପାଳମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି, ସହରର ସମସ୍ତ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ପୋର୍ଟେବୁଲ ହ୍ୟାଣ୍ଡୱାସ୍‌ ଷ୍ଟେଶନ କରାଯାଉ, ଯେଉଁଠି ଲୋକମାନେ ସହଜରେ ଯେକୌଣସି ସମୟରେ ହାତ ଧୋଇପାରିବେ ଏବଂ ଏହି ଭୂତାଣୁର ବିପଦକୁ ହ୍ରାସ କରିପାରିବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories