www.samajalive.in
Sunday, December 7, 2025
14.1 C
Bhubaneswar

ଲଣ୍ଡନରେ ନବଜାତ କରୋନା ସଂକ୍ରମିତ, ଦୁନିଆର ସବୁଠୁ କମ୍‍ ବୟସ୍କ ଆକ୍ରାନ୍ତ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଏକ ନବଜାତ ଶିଶୁକୁ କରୋନା ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି। ଜନ୍ମ ହେଉ ହେଉ ତା’ ଶରୀରରେ ଏହି ଭାଇରସ୍‍ ଚିହ୍ନଟ ହୋଇଛି। ଏହି ଶିଶୁ ଦୁନିଆର ସବୁଠାରୁ କମ୍‍ ବୟସ୍କ କରୋନା ସଂକ୍ରମିତ। ଶୁକ୍ରବାର ରାତିରେ ଲଣ୍ଡନର ଏକ ହସ୍ପିଟାଲରେ ଏହି ଶିଶୁ ଜନ୍ମ ହୋଇଥିଲା। ଏବେ ମାଆ ଓ ଶିଶୁ ଉଭୟଙ୍କର ଅଲଗା ଅଲଗା ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ସୂଚନା ଅନୁସାରେ, ଶିଶୁର ମାଆକୁ ନିମୋନିଆ ଆଶଙ୍କାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ଶିଶୁର ମାଆ କରୋନା ସଂକ୍ରମିତ ବୋଲି ଡାକ୍ତରମାନେ ଜାଣିବା ପରେ ତୁରନ୍ତ ଶିଶୁର ପରୀକ୍ଷଣ କରିଥିଲେ। ଏହାପରେ ଜଣାପଡ଼ିଥିଲା ଶିଶୁ ମଧ୍ୟ କରୋନା ସଂକ୍ରମିତ। ନର୍ଥ ମିଡିଲ୍‌ସେକ୍ସ ହସ୍ପିଟାଲ(ଯେଉଁଠି ଶିଶୁ ଜନ୍ମ ହୋଇଥିଲା)ରେ ଏବେ ଶିଶୁର ଚିକିତ୍ସା ଚାଲିଥିବା ବେଳେ ମାଆ ବିଶେଷ ସଂକ୍ରାମକ ରୋଗ ହସ୍ପିଟାଲରେ ଚିକିତ୍ସିତ। ଯେଉଁ ହସ୍ପିଟାଲରେ ଶିଶୁ ଜନ୍ମ ନେଇଛି ଓ ପ୍ରସବ ସମୟରେ ଯେଉଁ କର୍ମଚାରୀମାନେ ଉପସ୍ଥିତ ଥିଲେ, ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ଓ କରୋନା ପରୀକ୍ଷଣ କରାଇ ନେବାକୁ ହସ୍ପିଟାଲ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ତେବେ ନବଜାତ ଭାଇରସ୍‍ ଦ୍ୱାରା କେମିତି ସଂକ୍ରମିତ ହେଲା, ଗର୍ଭରୁ ନା ଜନ୍ମ ସମୟରେ ସେ ବିଷୟରେ ଜାଣିବାକୁ ଡାକ୍ତରମାନେ ଚେଷ୍ଟା ଚଳାଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories