www.samajalive.in
Sunday, December 7, 2025
23.1 C
Bhubaneswar

ମାନସିକ ଚିନ୍ତା ଦୂର ପାଇଁ ବେଶ ସହାୟକ ଏହି ଖାଦ୍ୟ

ବ୍ୟସ୍ତବହୁଳ ଜୀବନ ଶୈଳୀ ଯୋଗୁ ବହୁ ଲୋକେ ମାନସିକ ଅଶାନ୍ତିରେ ସମୟ ଅତିବାହିତ କରିଥାଆନ୍ତି। ମାନସିକ ଦୁଶ୍ଚିତା କାରଣରୁ ଚିଡ଼ଚିଡ଼ା ଭାବ, କାର୍ଯ୍ୟରେ ଅନାଗ୍ରହ, ଅନିଦ୍ରା ଆଦି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ। କିଛି ସ୍ୱତନ୍ତ୍ର ଖାଦ୍ୟଦ୍ରବ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଜାଣନ୍ତୁ ……..
ଡ଼ାର୍କ ଚକୋଲେଟ – ଏଥିରେ ଥିବା ପୋଷକ ତତ୍ତ୍ୱ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ। ମୁହଁକୁ ଉଜ୍ଜ୍ୱଳ କରିଥାଏ। ଚିନ୍ତା ଦୂର କରିଥାଏ।
ଡ଼୍ରାଏ ଫ୍ରୁଟ୍ସ – ଶରୀରରୁ ସେଲେନିୟମ କମ ହେଲେ ଥକ୍କାପଣ, ଚିନ୍ତା ଆଦି ସମସ୍ୟା ସୃଷ୍ଟି ହୋଇଥାଏ। ଅଖରୋଟ, ବାଦାମ, ପିସ୍ତା, ଆଦିରେ ପ୍ରଚୁର ପରିମାଣରେ ସେଲେନିୟମ ରହିଛି। ଯାହା ଫଳରେ ଏହା ଆମ ପାଇଁ ଲାଭଦାୟକ ଅଟେ।
ଗ୍ରୀନ ଟିଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଏହା ଓଜନ ହ୍ରାସ କରିବା ସହ ମୁହଁକୁ ଉଜ୍ୱଳ କରିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଶରୀର ଓ ମୁଣ୍ଡକୁ ଥଣ୍ଡା ରଖିବା ସହ ମାନସିକ ଚିନ୍ତା ଦୂର କରିଥାଏ।
ଓଟସ ଏଥିରେ କାର୍ବୋହାଇଡ଼୍ରେଡ଼ ଓ ଫାଇବର ଭରପୁର ମାତ୍ରାରେ ରହିଥାଏ। ଏହାକୁ ଏକ ପ୍ରକାର ବ୍ରେନ କେମିକାଲ ବୋଲି ମଧ୍ୟ କୁହାଯାଏ। ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମସ୍ତିଷ୍କ ସତେଜ ରଖିଥାଏ।
କ୍ଷୀର – ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହ ଚିନ୍ତା ଦୂର କରିଥାଏ
ବ୍ଲୁବେରି – ଚିନ୍ତା ଓ ଥକ୍କାପଣ ଦୂର କରିବା ପାଇଁ ଏହା ଖୁବ ଲାଭଦାୟକ ଅଟେ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ପୋଟାସିୟମ ଭରପୁର ମାତ୍ରାରେ ରହିଛି। ଯାହା ଥକ୍କାପଣ ଦୂର କରିଥାଏ ଓ ମାନସିକ ଶାନ୍ତି ମିଳିଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories