ମାଲଗାଡ଼ି ଧକ୍କାରେ ୪ମହିଳା ମୃତ

0

ମାଲକାନଗିରି: ଦନ୍ତେୱାଡ଼ାରେ ମାଲଗାଡ଼ି ଧକ୍କାରେ ୪ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ଘଟଣାଟି ରବିବାର ସକାଳ ୧୧.୩୦ଟାରେ ହୋଇଛି। ଘଟଣାସ୍ଥଳରେ ରେଳ ବିଭାଗ ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁଯାୟୀ ରବିବାର ସକାଳେ ୬ଜଣ ମହିଳା ଦନ୍ତେୱାଡ଼ାର ଶଂଖିନୀ-ଡ଼ଙ୍କିନୀ ନଦୀ ଉପରେ ଯାଇଥିବା ଓଭରବ୍ରିଜ ଉପରେ ଯାଉଥିଲେ। ଏହି ସମୟରେ ମାଲଗାଡ଼ିଟି ଆସିବାରୁ ଦୁଇ ଜଣ ମହିଳା ନଦୀକୁ ଡ଼େଇଁ ପଡିଥିଲେ। ଅନ୍ୟ ୪ଜଣ ମହିଳାଙ୍କ ମାଲଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲା। ସମସ୍ତ ମହିଳାଙ୍କ ଘର କୁପେର ଗ୍ରାମରେ ବୋଲି ସୂଚନା ମିଳିଛି।

Leave A Reply