ଜେଲ୍‌କୁ ଗଞ୍ଜେଇ ଚାଲାଣ କରି ଡାକ୍ତର ଗିରଫ

0

କୋଲକାତା: ଜେଲ୍‌ରେ ଥିବା କଏଦୀମାନଙ୍କ ପାଇଁ ଗଞ୍ଜେଇ ଓ ମୋବାଇଲ୍‌ ଫୋନ୍‌ ଚାଲାଣ କରୁଥିବା ବେଳେ ଜଣେ ଡାକ୍ତର ପୁଲିସ ହାତରେ ଧରାପଡିଛନ୍ତି । କୋଲକାତାର ଆଲିପୁରରେ ଥିବା କେନ୍ଦ୍ରୀୟ ଜେଲ୍‌ରେ ଏହି ଘଟଣା ଘଟିଛି । ଶୁକ୍ରବାର ରାତିରେ ଅମିତାଭ ଚୌଧୁରୀ ନାମକ ଡାକ୍ତର ଜେଲ୍‌କୁ କଏଦୀମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଯାଇଥିଲେ ।

ରାତି ୧୧ଟା ସମୟରେ ପୁଲିସ ତାଙ୍କୁ ୪ କିଲୋ ଗଞ୍ଜେଇ, ମଦ, ୩୫ଟି ମୋବାଇଲ୍‌ ଫୋନ୍‌ ଓ ୧.୪୬ ଲକ୍ଷ ଟଙ୍କା ସହ ଗିରଫ କରିଥିଲା । ଗତ ୧୦ ବର୍ଷ ଧରି ଅମିତାଭ ଏଠାରେ କଏଦୀଙ୍କ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ । ଡାକ୍ତରଙ୍କ ସହ ଜେଲ୍‌ରୁ ଆହୁରି କର୍ମଚାରୀ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି ।

Leave A Reply