www.samajalive.in
Sunday, December 7, 2025
14.1 C
Bhubaneswar

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜଭୂତ କରିଥାଏ ଏହି ଖାଦ୍ୟ

ସୁସ୍ଥ ରହିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଥାଏ ଓ ବିଶେଷ କରି ପାଗ ପରିବର୍ତ୍ତନ ହେବା ସମୟରେ ଥଣ୍ଡାଜ୍ୱର ଲାଗି ରହୁଥାଏ, ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ ରୋଗଗ୍ରସ୍ତ ହୋଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଓ ମଜଭୂତ ହୋଇଥାଏ। ଜାଣନ୍ତୁ ……
୧- ଅଧିକ ପରିମାଣରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ ହେବାରେ ସହାୟକ ହୋଇଥାଏ। ଥଣ୍ଡା ପାଣି ପରିବର୍ତ୍ତେ ହାଲକା ଉଷୁମ ପାଣି ପିଇବା ଖୁବ ଉତ୍ତମ।
୨ – ଗଜା ମୁଗ, ବୁଟ ଓ ଡ଼ାଲି ଜାତୀୟ ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏଥିରେ ଭରପୂର ମାତ୍ରାରେ ପୋଷଣ ଥାଏ। ଏ ସମସ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହଜରେ ହଜମ ମଧ୍ୟ ହୋଇଥାଏ।
୩ – ଅଧିକ ରସଯୁକ୍ତ ଫଳ ଖାଇବା ଖୁବ ଉତ୍ତମ। ଯେପରି କମଳା ଆଦି ଅନ୍ୟାନ୍ୟ ଫଳ, ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ଯାହା ରୋଗ ସହ ଲଢିବାକୁ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ମାତ୍ର ଫଳ ସହ କୌଣସି ଚାର୍ଟ ମସଲା, ଲୁଣ ଆଦି ମିଶାଇ ଖାଇବା ଉଚିତ ନୁହେଁ।
୪ – କାଜୁ , ବାଦାମ, ପେସ୍ତା ବାଦାମ ଆଦିକୁ ପାଣିରେ ଭିଜାଇ ଏହାକୁ ସକାଳେ ଖାଆନ୍ତୁ। ଏହା ମଧ୍ୟ ଶାରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯେ।ଗାଇଥାଏ।
୫ – ସାଲାଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏଥିରେ ବିଭିନ୍ନ ପ୍ରକାର ପୋଷକ ଥିବାରୁ ଏହା ଖୁବ ସ୍ୱାସ୍ଥ୍ୟ ଉପକାରୀ। ଆପଣ ବିଟ, ଗାଜର, ପିଆଜ, କାକୁଡ଼ି ମିଶାଇ ଖାଇବା ମଧ୍ୟ ଉତ୍ତମ।
୬ – ତୁଳସୀ ଆଣ୍ଟି-ବାୟୋଟିକର କାମ କରିଥାଏ। ତେଣୁ ନିୟମିତ ତୁଳସୀ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories