www.samajalive.in
Monday, December 15, 2025
24.1 C
Bhubaneswar

୫ ଦିନର ଶିଶୁକୁ ୨୦ ଥର ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାଜକୋଟ: ୫ ଦିନର ଏକ ନବଜାତ ଶିଶୁକୁ ୨୦ ଥର ଛୁରାମାଡ଼ କରାଯାଇଛି। ଗୁଜରାଟର ରାଜକୋଟ ଜିଲାରେ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ତେବେ ପିଲାଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ହସ୍ପିଟାଲକୁ ଯାଇ ପିଲାଟିର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପଟେ ଘଟଣା ପରେ ପିଲାଟିର ନୂଆ ନାମ ‘ଅମ୍ବେ’ ନିଆଯାଇଛି।

ସୂଚନା ଅନୁସାରେ, ରାଜକୋଟ ଜିଲାର ମାହିକ ଏବଂ ଥେବାଚାଡ଼ା ଗାଁ ମଧ୍ୟରେ ଥିବା ଏକ ଖୋଲା ପଡ଼ିଆରେ ଗତ ବୁଧବାର ପିଲାଟି ପଡ଼ିଥିବାର ଦେଖିବାକୁ ମିଳିଥିଲା। ପଡ଼ିଆକୁ କ୍ରିକେଟ ଖେଳିବାକୁ ଯାଇଥିବା କେତେଜଣ ଯୁବକ ପିଲାଟିର କାନ୍ଦ ଶୁଣିଥିଲେ। ସେତେବେଳେ ଏକ କୁକୁର ପିଲାଟିକୁ କାମୁଡ଼ି ନେଇଯାଉଥିଲା। ଯୁବକମାନେ ପିଲାଟିକୁ କୁକୁର ମୁହଁରୁ ଉଦ୍ଧାର କରିଥିଲେ। ଏହା ପରେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା। ପିଲାଟିର ଶରୀରରେ ପ୍ରାୟ ୨୦ଟି କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା, ଯାହା ଛୁରିରେ ଆଘାତ କରାଯାଇଥିବା ଯୋଗୁ ସୃଷ୍ଟି ହୋଇଥିବା ଜଣାପଡ଼ିଛି। କେହି ତାକୁ ଛୁରୀରେ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଦେଖାଯାଇଥିଲା। ତେବେ ଏକ ୫ ଦିନର ଶିଶୁ କିଏ ହତ୍ୟା ଉଦ୍ୟମ କରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ତୁରନ୍ତ ପିଲାଟିକୁ ନିକଟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପିଲାଟିର ପିଠିରେ ଅତି କମ୍‌ରେ ୨୦ଟି ଛୁରାଘାତର ଚିହ୍ନ ଥିବା ଡାକ୍ତର ଦିବ୍ୟା ବରାର କହିଛନ୍ତି। ସେହିପରି ପିଲାର ମୁହଁ ଏବଂ ନାକରେ ମାଟି ନେସି ହୋଇଯାଇଥିବାରୁ ସେ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ମଧ୍ୟ ହେଉଥିଲା।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories