www.samajalive.in
Monday, December 15, 2025
24.1 C
Bhubaneswar

କରୋନା ଅପଡେଟ: ବନ୍ଧୁକ ଚାଳନା ବିଶ୍ୱକପରୁ ଓହରିଲା ଭାରତ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ଜନିତ ବିପତ୍ତି କାରଣରୁ ଭାରତ ଆସନ୍ତା ମାସରେ ସାଇପ୍ରସରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁକ ଚାଳନା ବିଶ୍ୱକପ୍‍ ପ୍ରତିଯୋଗିତାରୁ ଓହରି ଯାଇଛି। ଆନ୍ତର୍ଜାତିକ ବନ୍ଧୁକ ଚାଳନା କ୍ରୀଡ଼ା ମହାସଂଘ ଆଇଏସ୍‍ଏସ୍‍ଏଫ୍‍ ଦ୍ୱାରା ପରିଚାଳିତ ଏହି ବିଶ୍ୱକପ୍‍ ୪ରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ନିକୋସିଆଠାରେ ଅନୁଷ୍ଠିତ ହେବ। ଇତି ମଧ୍ୟରେ ଚୀନରେ ଆଜି ଆଉ ୪୭ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ହଜାର ୮୩୫ରେ ପହଞ୍ଚିଛି।

ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଆଜି ଆଉ ୪୨୭ଟି ନୂଆ ମାମଲାକୁ ତାଲିକାଭୁକ୍ତ କରିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ହଜାର ୨୫୧କୁ ବୃଦ୍ଧି ପାଇଛି।ଏହି ଭୂତାଣୁ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୮୩ ହଜାର ୬୭୦ଜଣଙ୍କୁ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ହଜାର ୮୬୫ ଜଣଙ୍କର ମୃତ୍ୟୁୂ ହେଇସାରିଲାଣି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories