ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଚୀନ ଗସ୍ତ

0

ନୂଆଦିଲ୍ଲୀ : ସାଙ୍ଘାଇ ସହଯୋଗ ସଂଗଠନ ଶିଖର ବୈଠକରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ଚୀନ୍‍ ଗସ୍ତରେ ଯିବେ । ଆସନ୍ତାକାଲି ଚୀନ୍‍ ରାଷ୍ଟ୍ରପତିଙ୍କ ସହ ଦ୍ୱିପକ୍ଷିୟ ଆଲୋଚନା କରିବେ ଏବଂ ୧୦ତାରିଖ ଦିନ ଶିଖର ବୈଠକରେ ଯୋଗ ଦେବେ ବୋଲି ବୈଦେଶିକ ବ୍ୟାପାର ମୁଖପାତ୍ର ରବିଶ କୁମାର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହି ଶିଖର ବୈଠକରେ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବର୍ତ୍ତମାନର ସମ୍ପର୍କକୁ ଆହୁରି ନିବିଡ଼ କରିବା ସାଂଘାଇ ସହଯୋଗ ସଂଗଠନର ମୂଳ ଲକ୍ଷ୍ୟ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଏବଂ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସହଯୋଗକୁ ସୁଦୃଢ କରିବା ପାଇଁ ଭାରତ ଗୁରୁତ୍ୱାରୋପ କରିବ ବୋଲି ଶ୍ରୀ କୁମାର କହିଛନ୍ତି।

Leave A Reply