www.samajalive.in
Monday, December 15, 2025
24.1 C
Bhubaneswar

ଚଳଚ୍ଚିତ୍ର ‘୮୩’ର ଫଟୋ ପୋଷ୍ଟକଲେ ଦୀପିକା

ମୁମ୍ବଇ:  ଚଳଚ୍ଚିତ୍ର ‘୮୩’କୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚ ଚାଲିଥିବା ବେଳେ ବୁଧବାର ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଫଟୋଟିକୁ ପୋଷ୍ଟ କରିଛନ୍ତି। ଚଳଚ୍ଚିତ୍ରରେ ସେ କ୍ରିକେଟର କପିଲ ଦେବଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫଟୋରେ ରଣବୀର ସିଂହ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ଓ ତାଙ୍କ ପତ୍ନୀ ରୋମି ଭାଟିୟାଙ୍କ ଲୁକର ଦୀପିକା ପାଦୁକନ ନଜରରେ ଆସିଛନ୍ତି। ଏହି ଫଟୋରେ ରଣବୀର ଓ ଦୀପିକାଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

- Advertisement -


ଖେଳ ଇତିହାସର ଏକ ଗୌରବାନ୍ୱିତ ମୁହୂର୍ତ୍ତର ଭାଗୀଦାର ହେବା ବଡ଼ ଗର୍ବର କଥା। ସ୍ୱାମୀଙ୍କ ପେସାଗତ ଓ ବ୍ୟକ୍ତିଗତ ଆକାଂକ୍ଷାର ସଫଳତାରେ ପତ୍ନୀଙ୍କର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ତାହା ମୁଁ ନିଜ ମା’ଙ୍କ କ୍ଷେତ୍ରରେ ଦେଖିଛି। ମୋ ହିସାବରେ ‘୮୩’ ସେ ସମସ୍ତ ମହିଳାଙ୍କୁ ସମର୍ପିତ ବୋଲି ରେ ଦୀପିକା କହିଛନ୍ତି। ପ୍ରଯୋଜକ ଭାବେ ‘ଛପାକ୍‌’ ପରେ ଏହା ଦୀପିକାଙ୍କ ଦ୍ୱିତୀୟ ଫିଲ୍ମ। କବୀର ଖାନ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ର ଏପ୍ରିଲ୍‌ ୧୦ରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories