www.samajalive.in
Saturday, December 13, 2025
14.1 C
Bhubaneswar

ଜାଣନ୍ତୁ କଣ ରହିଛି ଆମେରିକା ରାଷ୍ଟ୍ରପତିଙ୍କ ବିମାନ ‘ଏୟାର ଫୋର୍ସ ୱାନ’ର ବିଶେଷତ୍ବ

ସମାଜ ପୋର୍ଟାଲ ଡେସ୍କ (ସତ୍ୟଜିତ୍ ସାହୁ) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ୨୪ ଏବଂ ୨୫ ଫେବୃଆରୀ ଦୁଇଦିନ ଧରି ଭାରତରେ ରହିବେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ଏହି ଦୁଇ ଦିନରେ ଟ୍ରମ୍ପ ଦିଲ୍ଲୀ ଏବଂ ଅହମ୍ମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେବେ। ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ଭାରତରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି। ଟ୍ରମ୍ପଙ୍କ ପାଇଁ ୩ ଟି ସ୍ତରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମେ ଆମେରିକାରୁ ଆସିଥିବା ସୁରକ୍ଷା କର୍ମୀମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ବାୟୁସେନାର ବିମାନ ‘ଏୟାର ଫୋର୍ସ ୱାନ’ରେ ଭାରତ ଗସ୍ତରେ ଆସିବେ। ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ପାଇଁ ବ୍ୟବହାର କରାଯାଉଥିବା ‘ଏୟାର ଫୋର୍ସ ୱାନ’ ବିଶ୍ବର ଶକ୍ତିଶାଳୀ ବିମାନ ମଧ୍ୟରେ ଅନ୍ୟତମ ଅଟେ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ବିମାନର ବିଶେଷତ୍ବ..

  •  ଆମେରିକା ଏୟାରଫୋର୍ସର ଯେଉଁ ବିମାନରେ ଆମେରିକା ରାଷ୍ଟ୍ରପତି ଯାତ୍ରାକରନ୍ତି ତାହାକୁ ‘ଏୟାର ଫୋର୍ସ ୱାନ’ କୁହାଯାଏ
  •  ବିଶଂ ଶତାବ୍ଦୀ ମଧ୍ୟ ଭାଗରେ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହେଲା,ଯାହା ଅନୁସାରେ ଆମେରିକା ରାଷ୍ଟ୍ରପତିଙ୍କ ଯାତ୍ରା ସମୟରେ ସମସ୍ତ ସୁବିଧା ଉପଲବ୍ଧ ଥିବା ଏୟାରଫୋର୍ସ ବିମାନକୁ ଏୟାରଫୋର୍ସ ୱାନ କୁହାଗଲା।
  •  ଏପରି ଦୁଇଟି ମୁଖ୍ୟ ବିମାନ ହେଉଛି ବୋଇଂ ୭୪୭-୨୦୦ ସିରିଜର ବିମାନ। ଏହି ବିମାନର ପଛ ଭାଗରେ ୨୮୦୦୦ ଏବଂ ୨୯୦୦୦ କୋଡ ଲେଖାଯାଇଥିାଏ।
  • ଏହି ବିମାନରେ ଉପରେ ବଡ ବଡ ଅକ୍ଷରରେ ଲେଖା ହୋଇଥାଏ ‘ୟୁନାଇଟେଡ୍ ଷ୍ଟେଟ୍ ଅଫ ଆମେରିକା’। ଏହା ସହ ଆମେରିକାର ଜାତୀୟ ପତାକା ଏବଂ ଆମେରିକା ରାଷ୍ଟ୍ରପତିଙ୍କ ସିଲ୍ ଲାଗିଥାଏ।
  • ଏହି ବିମାନ ୪୫ ହଜାର ଫୁଟ ଉଚ୍ଚତା ପର୍ୟ୍ୟନ୍ତ ଉଡାଣ କରିପାରିବ। ଏହି ବିମାନର ଉଚ୍ଚତା ୬ ମହଲା କୋଠା ଉଚ୍ଚତା ସହ ସମାନ ଥିବା ବେଳେ ଲମ୍ବ ଏକ ଫୁଟବଲ ପଡିଆ ଭଳି ହେବ।
  • ଏୟାରଫୋର୍ସ ୱାନ ବିମାନ ମଧ୍ୟରେ ୪୦୦୦ ବର୍ଗଫୁଟର ସ୍ଥାନ ରହିଛି। ବିମାନ ଭିତରକୁ ୩ଟି ସ୍ତରରେ ବିଭକ୍ତ କରାଯାଇଛି। ଏହା ମଧ୍ୟରେ ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏକ ବଡ କଠୋରୀ ରହିଛି। ଯାହା ମଧ୍ୟରେ ଏକ ବଡ କାର୍ୟ୍ୟାଳୟ, ଏକ ସମ୍ମିଳନୀ କକ୍ଷ ଏବଂ ସୌଚାଳୟ ରହିଛି।
  • ଏହା ବାଦ ଏହି ବିମାନରେ ମେଡିକାଲ୍ ମଧ୍ୟ ରହିଛି। ଯାହାକୁ ଜରୁରିକାଳୀନ ସମୟରେ ଅପରେସନ ରୁମ୍ ଭାବେ ବ୍ୟବହାର କରାଯାଇପାରିବ। ବିମାନରେ ରାଷ୍ଟ୍ରପତିଙ୍କ ସହ ଏକ ଡାକ୍ତରୀ ଟିମ ସଦାସର୍ବଦା ଉପସ୍ଥିତ ରହିଥାନ୍ତି।
  • ବିମାନରେ ଖାଦ୍ୟ ତିଆରି କରିବା ପାଇଁ ଦୁଇଟି ଅଲଗା ଅଲଗା ସ୍ଥାନ ରହିଛି। ଯାହା ମଧ୍ୟରେ ଏକ ସମୟରେ ୧୦୦ ଲୋକଙ୍କ ପାଇଁ ଖାଦ୍ୟ ତିଆରି କରାଯାଇପାରିବ।
  • ଏହି ବିମାନରେ ରାଷ୍ଟ୍ରପତିଙ୍କ ସହ ଯାତ୍ରା କରୁଥିବା ବରିଷ୍ଠ ପରାମର୍ଶଦାତା, ଗୁଇନ୍ଦା ଅଧିକାରୀ ଏବଂ ସମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର କଠୋରୀ ମଧ୍ୟ ରହିଛି।
    ‘ଏୟାର ଫୋର୍ସ ୱାନ’ର ସ୍ବତନ୍ତ୍ରତା
  • କୌଣସି ଦେଶର ରାଷ୍ଟ୍ରପତିଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ବିଶ୍ବର ସବୁଠୁ ଆଧୁନିକ ଏବଂ ବଡ ବିମାନ ଆମେରିକା ରାଷ୍ଟ୍ରପତି ବ୍ୟବହାର କରନ୍ତି।
  • ଏହି ବିମାନ ଉଡାଣ କୌଣସି ସୀମା ନାହିଁ। ଆମେରିକା ରାଷ୍ଟ୍ରପତି ବିଶ୍ବର ଯେ କୌଣସି ସ୍ଥାନକୁ ଯିବାକୁ ଚାହିଁବେ ଏହି ବିମାନ ତାଙ୍କୁ ସେହି ସ୍ଥାନରେ ପହଞ୍ଚାଇବ।
  • ଏହି ବିମାନ ଉଡାଣ ଭରିବା ସମୟରେ ଜରୁରୀ ପଡିଲେ ଇନ୍ଧନ ଭରାଯାଇପାରିବ।
  • ଏହି ବିମାନରେ ଏକା ଥରେ ୨.୦୩ ଲକ୍ଷ ଇନ୍ଧନ ଭରାଯାଇ ପାରିବ।
  • ଏହି ବିମାନରେ ଯେଉଁସବୁ ଇଲୋକଟ୍ରୋନିକ ଉପକରଣ ବ୍ୟବହାର କରାଯାଇଛି ସେଥିରେ ବିଦ୍ୟୁତ ଚୁମ୍ବକୀୟ କମ୍ପନର କୌଣସି ପ୍ରଭାବ ପଡିନଥାଏ।
  • ବିମାନରେ କମ୍ୟୁନିକେଶନ ସିଷ୍ଟମକୁ ଆମେରିକା ରାଷ୍ଟ୍ରପତି ମୋବାଇଲ କମାଣ୍ଡ ଭାବରେ ବ୍ୟବହାର କରି ପାରିବେ। ଯାତ୍ରା ସମୟରେ କୌଣସି ଆପତଃକାଳୀନ ପରିସ୍ଥିତି ଉପୁଜିଲେ ରାଷ୍ଟ୍ରପତି ବିମାନ ଉଡାଣ ସମୟରେ ମଧ୍ୟ ତାଙ୍କର ସେନା ଅଧିକାରୀ ମାନଙ୍କୁ କମାଣ୍ଡ ଦେଇ ପାରିବେ।
  • ଏହା ଛଡା କୌଣସି ଜରୁରୀପରିସ୍ଥିତିରେ ଏହି ବିମାନ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ପବନରେ ଉଡୁଥିବା ବଙ୍କର ଭାବରେ କାମ କରିବ। ଆମେରିକାର ୱାଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ୨୦୦୧ମସିହାରେ ହୋଇଥିବା ଆତଙ୍କୀ ହମଲା ପରେ ରାଷ୍ଟ୍ରପତିଙ୍କ ବିମାନରେ ଏହି ବଙ୍କର ବ୍ୟବସ୍ଥା କରାଯାଇଥିଲା।
  • ଏୟାରଫୋର୍ସ ୱାନର ଦୁଇଟି ବିମାନ ଏକାପରି ତିଆରି କରାଯାଇଛି। ଗୋଟିଏ ମୁଖ୍ୟ ବିମାନ ହୋଇଥିବା ବେଳେ ଅନ୍ୟଟି ବ୍ୟାକଅପ୍ ଭାବେ ରଖାଯାଇଥିାଏ। ଦୁଇଟି ବିମାନ ଏକା ସଙ୍ଗରେ ଉଡାଣ କରିଥାଏ। କିନ୍ତୁ କେଉଁ ବିମାନରେ ରାଷ୍ଟ୍ରପତି ବସିଛନ୍ତି ତାହାର ସୂଚନା କାହାକୁ ଦିଆଯାଏ ନାହିଁ।
  • ଏହି ବିମାନରେ ଖଞ୍ଜା ଯାଇଥିବା ସେନ୍ସର ଖୁବ୍ ଶକ୍ତିଶାଳୀ ଅଟେ। ଏହା କୌଣସି ମିଜାଇଲ ଆଟାକ୍ ହେବାପୂର୍ବରୁ ସୂଚନା ପାଇଯାଏ।
  • ଏୟାରଫୋର୍ସ ୱାନ ଆଗରେ କେତେକ ମାଲବାହୀ ବିମାନ ଉଡାଣ କରିଥାନ୍ତି କାରଣ ଦୂର ସ୍ଥାନକୁ ଯାତ୍ରା ସମୟରେ ରାଷ୍ଟ୍ରପତିଙ୍କୁ ଜରୁରୀ ସାମଗ୍ରୀ ଉବଲବ୍ଧ କରାଯାଇପାରିବ।
  • ଏୟାରଫୋର୍ସ ୱାନ୍ ବିମାନର ପରିଚାଳନା ପ୍ରେସିଡେଣ୍ଟାଲ ଏୟାରଲିଫ୍ଟ ଗ୍ରୁପ ଦ୍ବାରା କରାଯାଇଥିାଏ। ଯାହା ହ୍ବାଇଟ ହାଉସ୍ ମିଲିଟାରି ଗ୍ରୁପର ଏକ ଅଂଶ। ଏହି ମିଲିଟାରି ଗ୍ରୁପ ୧୯୪୪ ମହିସାରେ ପ୍ରତିଷ୍ଠା କରାଯାଇଥିଲା।
  • ପ୍ରଥମେ ପ୍ରଥମେ ୧୫ ବର୍ଷ ପର୍ୟ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଭିନ୍ନ ଭିନ୍ନ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରୁଥିଲେ। ୧୯୬୨ ମସିହାରେ ପ୍ରଥମ ଥର ପାଇଁ ଜନ୍.ଏଫ୍.କେନେଡି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବରେ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ଏହି ବିମାନରେ ଯାତ୍ରା କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories