www.samajalive.in
Thursday, December 11, 2025
27.1 C
Bhubaneswar

ଝଲସିଲାଣି ମାଣତ୍ରୀ ବାବା କଖାରୁଆ ବୈଦନାଥଙ୍କ ମନ୍ଦିର

ବଡ଼ସାହି : ଆସନ୍ତା କାଲି ଏକବାର, ଶୁକ୍ରବାର ଜାଗର। ଝଲସିଲାଣି ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀର ବାବା କଖାରୁଆ ବୈଦନାଥଙ୍କ ମନ୍ଦିର। ମନ୍ଦିରରେ ଭକ୍ତଙ୍କ ଦିଅଁ ଦର୍ଶନ, ପୂଜା, ଦଣ୍ଡବତ ତଥା ଦୀପ ଜାଳିବା ଶାନ୍ତି ଶୃଙ୍ଖଳାର ସହିତ ସମାପନ ପାଇଁ ପ୍ରଶାସନ ଓ କମିଟି ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ନୀତିନିର୍ଘଣ୍ଟ ସମ୍ପର୍କରେ ମନ୍ଦିର ପରିଚ୍ଛା ପ୍ରଦୀପ କୁମାର ପଣ୍ଡାଙ୍କ ସୂଚନା ଅନୁଯାୟୀ,  ସୋମବାର ଭୋର ୪ଟାରେ ଦିଅଁଙ୍କ ପହଡ଼ ଭଙ୍ଗା ହେବାକୁ ଥିବା ବେଳେ ୪ଟା ୩୦ମିନିଟରେ ବାଲ୍ୟ ଭୋଗଲାଗି ଓ ସାଧାରଣ ଦର୍ଶନ, ସାଧାରଣ ପୂଜା ୫ଟାରୁ ଦିନତମାମ ଚାଲୁ ରହିବ। ଅପରାହ୍ନ ୩ଟାରେ ପର୍ବାଣୀ ଭୋଗ ଲାଗି ହେବା ପରେ ସନ୍ଧ୍ୟାରେ ଆଳତୀ, ରାତି ୧୧ଟାରେ ସାଧାରଣ ଦର୍ଶନ ବନ୍ଦ ସାଙ୍ଗକୁ ସରକାରୀ ଖଟଣୀ ଓ ବିଶେଷ ପୂଜା ଆରମ୍ଭ ହେବ। ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ସହସ୍ର କୁମ୍ଭାଭିଷେକ, ୨ଟାରେ ଶତଫଳ ଅର୍ପଣ, ୩ଟାରେ ଶୃଙ୍ଗାରବେଶ, ୩ଟାରୁ ୪ଟାରେ ନଗର କୀର୍ତ୍ତନ ସାଙ୍ଗକୁ ଭୋର ୪ଟା ପରେ ମହାଦୀପ ଉଠିବ। ଶନିବାର ଭୋର ୫ଟାରୁ ପୂର୍ବାହ୍ନ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ମହାଦେବଙ୍କ ସୁନାବେଶ ଦର୍ଶନ ଚାଲୁ ରହିବ।

- Advertisement -

ମନ୍ଦିର ବଗିଚାରେ ବ୍ରତୀମାନଙ୍କ ପାଇଁ ଦୀପ ଜାଳିବା ନଶୁଳ୍କ ବ୍ୟବସ୍ଥା ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଛି। ମେଳା ପଡ଼ିଆ ନିଲାମ ପରେ ପଟ୍ଟାଦାରଙ୍କ ପକ୍ଷରୁ ୫ଶହରୁ ଊର୍ଦ୍ଧ୍ବ ଦୋକାନୀଙ୍କୁ ସ୍ଥାନ ଆବଣ୍ଟନ କରାଯାଇଛି। ୧୨ଦିନର ମେଳା ପାଇଁ ସେମାନେ ସେମାନଙ୍କର ପସରା ମେଲାଇ ସାରିଲେଣି। ବହୁ ସଂଖ୍ୟାରେ ନୂଆନୂଆ ଦୋକାନ, ମୀନାବଜାର ସାଙ୍ଗକୁ ଇନ୍ଦ୍ରଭୁବନ, ରଙ୍ଗମହଲ ଓ ସ୍ୱପ୍ନମହଲ ୩ଟି ନାମୀଦାମୀ ଯାତ୍ରାନୁଷ୍ଠାନ ପାଇଁ ଜନସମାଗମ ଯଥେଷ୍ଟ ଅଧିକ ହେବାର ଆଶଙ୍କା କରାଯାଉଛି। ପୁଲିସ୍‍ ବିଭାଗ ପକ୍ଷରୁ ମେଳାରେ ଅସ୍ଥାୟୀ ଫାଣ୍ଡି ସ୍ଥାପନ କରାଯାଇଛି। ବେତନଟୀ ଏସଡିପିଓ, ବୈଶିଙ୍ଗା ଆଇଆଇସି ଓ ମାଣତ୍ରୀ ଫାଣ୍ଡି ଅଧିକାରୀ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ପାଇଁ ପୁଲିସ, ଅଫିସର ଓ କର୍ମଚାରୀଙ୍କୁ ମୃତୟନ କରିଛନ୍ତି। ଏଥି ସହିତ ଧର୍ମଜାଗରଣ ସମିତିର ସଦସ୍ୟ, ବିକେବି ୟୂଥ କ୍ଲବ ଓ ବିଭିନ୍ନ କଲେଜର ସ୍ୱେଚ୍ଛାସେବୀ ଭାଇଭଉଣୀ ପ୍ରଦୀପ ପ୍ରଜ୍ଜଳନ ସାଙ୍ଗକୁ ଦିଅଁ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କୁ ସହାୟତାରେ ନିୟୋଜିତ ରହିଛନ୍ତି। ପ୍ରସ୍ତୁତି ବୈଠକର ନିଷ୍ପତି ଅନୁଯାୟୀ ମାଣତ୍ରୀ ଛକ ଠାରୁ ଚମ୍ପାଲାଞ୍ଜି ଛକ ମଧ୍ୟରେ ଯାନବାହାନ ଚଳାଚଳକୁ ନିଷିଦ୍ଧ କରାଯାଇଛି। ବଡ଼ସାହି ଦମକଳବାହିନୀ ଓ ମାଣତ୍ରୀ ଡ଼ାକ୍ତରଖାନା ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେଳାରେ ନିରବଚ୍ଛିନ୍ନ ବିଦ୍ୟୁତ ବିଦ୍ୟୁତ, ପାନୀୟଜଳ ଯୋଗାଣ ବ୍ୟବସ୍ଥା ଚୁଡ଼ାନ୍ତ ହୋଇଛି। ସଂଯୋଗକାରୀ ରାସ୍ତା ଯଥା ପୂର୍ତ୍ତବିଭାଗର ବୈଶିଙ୍ଗା-ଉଦଳା ଓ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ବେତନଟୀ ରାସ୍ତାର ପାର୍ଶ୍ବରେ ମୋରମ ବିଛା କାର୍ଯ୍ୟ ହୋଇ ନଥିବାରୁ ଦୁର୍ଘଟଣା ଆଶଙ୍କା ଦେଖାଦେଇଛି। ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନକୁ ରଙ୍ଗ ବେରଙ୍ଗ ଆଲୋକରେ ସଜାଯାଇଥିବାରୁ ମାଣତ୍ରୀ ଝଲସି ଉଠିଲାଣି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories