www.samajalive.in
Wednesday, December 10, 2025
18.1 C
Bhubaneswar

୧୦ ହଜାର ନୂଆ ଏଫପିଓ ସ୍ଥାପନ ଓ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

-୫ ବର୍ଷର ଲାଗି ୪୪୯୬ କୋଟି ଟଙ୍କାର ବ୍ୟୟବରାଦ
-ଆକାଂକ୍ଷୀ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏଫପିଓ ଗଠନ ପ୍ରସ୍ତାବ
-ଚାଷୀଙ୍କୁ ମିଳିବ ଋଣ, ବିପଣନ ଓ ପ୍ରଯୁକ୍ତି ସହାୟତା

କୃଷକମାନଙ୍କୁ ଆର୍ଥିକ ସଂସ୍କାରର ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୯-୨୦ରୁ ୨୦୨୩-୨୪ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ସମୟ ମଧ୍ୟରେ ୧୦ ହଜାର ନୂତନ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ କରାଯିବ। ଆରମ୍ଭ ହେବାର ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଏଫପିଓ କୁ ସହାୟତା ଯୋଗାଇ ଦିଆଯିବ। ଲାଭ ମୂଲ୍ୟ ବୃଦ୍ଧି ସହିତ ଉତ୍ପାଦନ ଜ୍ଞାନକୌଶଳ, ସେବା ଓ ବିପଣନକୁ ଆପଣାଇବା ଲାଗି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଆର୍ଥିକ କ୍ଷମତା ନଥାଏ। ଏଫପିଓ ଗଠନ ମାଧ୍ୟମରେ କୃଷକମାନେ ସାମଗ୍ରିକ ଭାବେ ଅଧିକ ସୁଦୃଢ଼ ହୋଇପାରିବେ। ସେମାନେ ଅଧିକ ଆୟ କରିବା ଲାଗି ଋଣ ଓ ଉନ୍ନତ ବିପଣନ ସୁବିଧା, ଗୁଣବତ୍ତାଯୁକ୍ତ ଉତ୍ପାଦ ଏବଂ ପ୍ରଯୁକ୍ତି ସହାୟତା ପାଇବାରେ ସଫଳ ହୋଇପାରିବେ।
ଯୋଜନାର ବିବରଣୀ
ପାଞ୍ଚ ବର୍ଷର ଅବଧି (୨୦୧୯-୨୦ ଠାରୁ ୨୦୨୩-୨୪) ପର୍ଯ୍ୟନ୍ତ ୪୪୯୬ କୋଟି ଟଙ୍କାର ମୋଟ ବଜେଟ ବ୍ୟବସ୍ଥା ସହିତ ୧୦ ହଜାର ନୂଆ ଏଫପିଓ ଗଠନ ଏବଂ ପ୍ରୋତ୍ସାହନ ଲାଗି “କୃଷକ ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଓ ପ୍ରୋତ୍ସାହନ” ନାମକ କେନ୍ଦ୍ରୀୟ କ୍ଷେତ୍ରର ନୂତନ ଯୋଜନା ଆରମ୍ଭ କରାଯିବ। ଏଥିରେ ପ୍ରତ୍ୟେକ ଏଫପିଓଗୁଡ଼ିକୁ ପାଞ୍ଚ ବର୍ଷ ଲାଗି ଆବଶ୍ୟକ ସହଯୋଗ ଦେବା ଲାଗି ୨୦୨୪-୨୫ରୁ ୨୦୨୭-୨୮ ପର୍ଯ୍ୟନ୍ତ ଅବଧି ଲାଗି ୨୩୬୯ କୋଟି ଟଙ୍କାର ଅତିରିକ୍ତ ସହାୟତା ବ୍ୟବସ୍ଥା ରହିବ।
ପ୍ରାରମ୍ଭିକ ଭାବେ ଏଫପିଓ ଗଠନ ଏବଂ ପ୍ରୋତ୍ସାହନ ଲାଗି ତିନୋଟି କାର୍ଯ୍ୟକାରୀ ଏଜେନ୍ସି ଯଥା :
କ୍ଷୁଦ୍ର ଚାଷୀ କୃଷି ବ୍ୟବସାୟ ସଂଗଠନ(ଏସଏଫଏସି), ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଏବଂ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)କୁ ନିୟୋଜିତ କରାଯିବ। ରାଜ୍ୟଗୁଡ଼ିକ ଇଚ୍ଛୁକ ଥିଲେ କୃଷି ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ (ଡିଏସିଆଣ୍ଡଏଫଡବ୍ଲୁ) ସହିତ ବିଚାରବିମର୍ଶ କରି ନିଜସ୍ୱ କାର୍ଯ୍ୟକାରୀ ଏଜେନ୍ସି ନାମାଙ୍କନ କରିପାରିବେ।
ଆରମ୍ଭରୁ ସମତଳ ଅଞ୍ଚଳର ଏଫପିଓ ସଦସ୍ୟମାନଙ୍କ ସର୍ବନିମ୍ନ ସଂଖ୍ୟା ୩୦୦ ଏବଂ ଉତର-ପୂର୍ବ ଏବଂ ପାର୍ବତ୍ୟାଞ୍ଚଳରେ ୧୦୦ ହେବ। ଡିଏସିଆଣ୍ଡଏଫଡବ୍ଲୁ ପକ୍ଷରୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ମଞ୍ଜୁରି ସହିତ ଆବଶ୍ୟକତା ଏବଂ ଅଭିଜ୍ଞତା ଆଧାରରେ ସର୍ବନିମ୍ନ ସଦସ୍ୟ ସଂଖ୍ୟାରେ ସଂଶୋଧନ
କରାଯାଇପାରିବ।
ଦେଶର ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ବ୍ଲକରେ ହାରାହାରି ଗୋଟିଏ ଏଫପିଓ ଗଠନ କରାଯିବ।
ନାବାର୍ଡରେ ୧୦୦୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଂଟି ପାଣ୍ଠି ରହିବ ଯେଉଁଥିରେ ଡିଏସିଆଣ୍ଡଏଫଡବ୍ଲୁ ଏବଂ ନାବାର୍ଡର ସମାନ ଯୋଗଦାନ ରହିବ। ସେହିପରି ଏନସିଡିସିରେ ୫୦୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଂଟି ପାଣ୍ଠି ରହିବ, ଯେଉଁଥିରେ ଡିଏସିଆଣ୍ଡଏଫଡବ୍ଲୁ ଏବଂ ଏନସିଡିସିର ସମାନ ଯୋଗଦାନ ରହିବ। ଫଳରେ ଏଫପିଓଗୁଡ଼ିକୁ ଋଣପ୍ରଦାନ କରିବା କ୍ଷେତ୍ରରେ ଆର୍ଥିକ ସଂସ୍ଥାନର ବିପଦକୁ ହ୍ରାସ କରାଯାଇପାରିବ। ଏହାଛଡ଼ା ଏଫପିଓକୁ ସଂସ୍ଥାଗତ ଋଣର ନିରନ୍ତର ପ୍ରବାହ ନିମନ୍ତେ ଉପଯୁକ୍ତ ଋଣ ଗ୍ୟାରେଂଟି ପ୍ରଦାନ କରାଯାଇପାରିବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories