ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଅଛନ୍ତି ୧୦ ହଜାର ୨୧୦ ଜଣ ଦେହଜୀବୀ। ରାଜ୍ୟର ୨୨ଟି ଜିଲ୍ଲାରେ ଦେହଜୀବୀ ରହିଥିବା ବେଳେ ବାଲେଶ୍ବରରେ ସର୍ବାଧିକ ୧ ହଜାର ୫୦ ଜଣ ଦେହଜୀବୀ ରହିଛନ୍ତି। ସେହିପରି କୋରାପୁଟ ଓ ମାଲକାନଗିରିରେ ୭୫୦ ଜଣ ଦେହଜୀବି ରହିଛନ୍ତି । କେନ୍ଦୁଝର ଓ ଯାଜପୁରରେ ୭୦୦, ଭଦ୍ରକରେ ୬୫୦, ଖୋର୍ଦ୍ଧାରେ ୬୧୦, କଟକ ଓ ପୁରୀରେ ୨୫୦ ଜଣ ଦେହଜୀବି ରହିଛନ୍ତି । ବିଧାନସଭାରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ନବ ଦାସ ଏହି ତଥ୍ୟ ପ୍ରଦାନ କରିଛନ୍ତି। ନିକଟରେ ଭୁବନେଶ୍ଵରରେ ଚଢ଼ାଉ କରି ଏକାଧିକ ବାଂଲାଦେଶୀ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା ପୋଲିସ। ଏହାସହ ଏହାର ମାଷ୍ଟର ମାଇଣ୍ଡଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେହିପରି ବାଲେଶ୍ଵରର ଏକ ହୋଟେଲରେ ଦେହ ବ୍ୟବସାୟ ହେଉଥିବାର ଏକ ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା।
Popular Categories



