www.samajalive.in
Saturday, December 13, 2025
14.1 C
Bhubaneswar

ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ବୟସ : ୫୮ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଅର୍ଚ୍ଚନା

ଯାଜପୁର : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସହ ଉତ୍ସାହ ରହିଥିବା ବେଳେ ୫୮ବର୍ଷ ବୟସ୍କା ମହିଳା ଏହି ପରୀକ୍ଷା ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦୃଢ ଇଛାଶକ୍ତି ଆଗରେ ବୟସ ହାର ମାନିଛି । ଏଭଳି ଜଣେ ମହିଳା ମାଟ୍ରିକ ପରୀକ୍ଷାର୍ଥୀ ହେଉଛନ୍ତି ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡମଙ୍ଗଳପୁର ଗ୍ରାମର ଅର୍ଚ୍ଚନା ଦାଶ ।

ଶିକ୍ଷା ଏକ ଜୀବନ ବ୍ୟାପୀ ପ୍ରକ୍ରୀୟା। ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ଯେ କୌଣସି ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିହେବ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡମଙ୍ଗଳପୁର ଗ୍ରାମର ଅର୍ଚ୍ଚନା ଦାଶ । ଅର୍ଚ୍ଚନାଙ୍କ ବୟସ ଏବେ ୫୮ବର୍ଷ । ଚଳିତ ବର୍ଷ ସେ ଛାତ୍ରଛାତ୍ରୀଙ୍କ ସହ ବସି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରିବାର ସହିତ ଶିକ୍ଷାକ୍ଷେତ୍ରରେ ସମକକ୍ଷ ହେବା  ରହିଛି ତାଙ୍କର ମୂଳ ଲକ୍ଷ୍ୟ । ଘରେ ପୁଅବୋହୂ ନାତିନାତୁଣୀମାନେ ପାଠ ପଢି ସମସ୍ତେ ଉଚ୍ଚଶିକ୍ଷିତ । ମାତ୍ର ନିଜେ ମାଟ୍ରିକ ପାସ କରିନଥିବାରୁ ମନରେ ସବୁବେଳେ ରହିଥିଲା କ୍ଷୋଭ । ଏଣୁ ମାଟ୍ରିକ ପାସ କରିବା ଲକ୍ଷ୍ୟରେ ସେ ପ୍ରଥମ କରି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷାର ପ୍ରଥମ ଦିନ ମାତୃଭାଷାରେ ପରୀକ୍ଷା ଦେଇ ସେ ବେଶ ଖୁସି ଅନୁଭବ କରିବା ସହ ଆଗକୁ ମଧ୍ୟ ପରୀକ୍ଷା ଭଲ ହେବ ବୋଲି କହିଛନ୍ତି ।

- Advertisement -

ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ହେବ ଅର୍ଚ୍ଚନାଙ୍କ ପାଠପଢାରେ ଡୋରି ବନ୍ଧା ହୋଇଥିଲା । ମାତ୍ର ସେ ପୁଣି ପାଠ ପଢିବାକୁ ମନ ବଳାଇଥିଲେ । ବିଳମ୍ବରେ ହେଲେ ମଧ୍ୟ ସେ ଏହି ପରୀକ୍ଷା ପାଇଁ ଦିନକୁ ୪/୫ ଘଣ୍ଟା ପାଠ ପଢାରେ ମନୋନିବେଶ କରୁଥିଲେ । ସାଧାରଣ ଗୃହୀଣୀଙ୍କ ପରି ଘରର ସମସ୍ତ କାର୍ଯ୍ୟ କରିବା ସହ ପାଠ ମଧ୍ୟ ପଢିଥାନ୍ତି । ଆଉ ଏଥିରେ ତାଙ୍କୁ ସହାୟତା କରିନ୍ତି ପରିବାରର ସମସ୍ତ ସଦସ୍ୟ । ସମସ୍ତଙ୍କର ଇଛା ନାନୀ ଆମର ମାଟ୍ରିକ ପରୀକ୍ଷା ଦେଇ ପାସ୍ କରନ୍ତୁ । ଜଣେ ମାଟ୍ରିକ ପରୀକ୍ଷା ପାସ କରିଥିବା ମହିଳା ଭାବେ ପରିବାରରେ ସାମିଲ ହୁଅନ୍ତୁ । ଚଳିତ ଥର ସେ ଯାଜପୁର ସରକାରୀ ହାଇସ୍କୁଲ ସେଣ୍ଟରରେ ପରୀକ୍ଷା ଦେଉଛନ୍ତି । ବର୍ତ୍ତମାନ ସେ ଆଶାକର୍ମୀ ଭାବରେ କାର୍ଯ୍ୟରତ । ତେବେ ପରିଣତ ବୟସରେ ମାଟ୍ରିକ ପାସ କରିବାର ଇଚ୍ଛାଶକ୍ତି ତାଙ୍କୁ ଆଗକୁ ନେଇପାରିଛି ।

 

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories