www.samajalive.in
Monday, December 15, 2025
16.1 C
Bhubaneswar

ସାହିନବାଗ ବିକ୍ଷୋଭକାରୀଙ୍କ ସହ ଆଲୋଚନା ଆରମ୍ଭ କଲେ ଦୁଇ ମଧ୍ୟସ୍ଥ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଦୁଇ ଜଣ ମଧ୍ୟସ୍ଥ ବୁଧବାର ସାହିନବାଗ ଗସ୍ତ କରି ବିକ୍ଷୋଭକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେମାନେ କହିଛନ୍ତି, ସୁପ୍ରିମକୋର୍ଟ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ କରିବାର ଅଧିକାରକୁ କାଏମ ରଖିଛନ୍ତି କିନ୍ତୁ ଏହାଦ୍ୱାରା ନାଗରିକମାନଙ୍କର ଅଧିକାର ଉଲଙ୍ଘନ ହେବା ଉଚିତ୍‍ ନୁହେଁ। ଦୁଇ ମଧ୍ୟସ୍ଥ ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ବିକ୍ଷୋଭକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବିକ୍ଷୋଭକାରୀମାନେ ଏକ ବିକଳ୍ପ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସେମାନେ ପ୍ରବର୍ତ୍ତାଇବା ଲାଗି ସୁପ୍ରିମକୋର୍ଟ ସେମାନଙ୍କୁ ନିଯୁକ୍ତ କରିଛନ୍ତି। ସେମାନେ ସମସ୍ତଙ୍କ କଥା ଶୁଣିବେ ଓ ସମସ୍ୟାର ସମାଧାନ ବାହାର କରିବେ ବୋଲି ବିକ୍ଷୋଭକାରୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି।

ସାହିନବାଗରେ ନାଗରିକ ସଂଶୋଧନ ଆଇନ୍‍ ବିରୁଦ୍ଧରେ ପ୍ରତିବାଦ କରିବାକୁ ଯାଇ ମାସେରୁ ଅଧିକ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ ଚାଲିଛି।
ସୋମବାର ଦିନ ସୁପ୍ରିମକୋର୍ଟ କହିଥିଲେ, ଶାନ୍ତିପୂର୍ଣ୍ଣ ଭାବେ ଓ ଆଇନ୍‍ ଅନୁସାରେ ବିକ୍ଷୋଭ ପ୍ରଦର୍ଶନ କରିବା ଏକ ମୌଳିକ ଅଧିକାର। କିନ୍ତୁ
ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରାସ୍ତା ବନ୍ଦ କରିବା ଏକ ଚିନ୍ତାଜନକ ବିଷୟ ଓ ଏହା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories