ମୁମ୍ବଇରେ ପ୍ରବଳ ବର୍ଷା : ଜନଜୀବନ ପ୍ରଭାବିତ

0

ମୁମ୍ବଇ:   ପ୍ରାକ୍ ମୌସୁମୀ ବର୍ଷାରେ ଦେଶର ବାଣିଜ୍ୟିକ ନଗରୀ ମୁମ୍ବଇରେ ଜନଜୀବନ ପ୍ରଭାବିତ ହୋଇଛି । ଗୁରୁବାର ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି । ଅନେକ ଜାଗାରେ ବର୍ଷା ପାଣି ଜମି ରହିଛି। ଏଥି ପାଇଁ ଗାଡି ଚଳାଚଳ ବ୍ୟାହତ ହୋଇଛି। ଅନେକ ଲୋକ ବିଭିନ୍ନ ସ୍ଥାନରେ ଅଟକି ରିଛନ୍ତି। ​ଯାତ୍ରୀ ପରିବହନ ଓ ବିମାନ ସେବା ପ୍ରଭାବିତ ହୋଇଛି। ରାଜପଥ  ସହିତ ତଳିଆ ଅଞ୍ଚଳରେ ପାଣି ଜମି ରହିଛି।

ପାଣିପାଗ ବିଜ୍ଞାନ ବିଭାଗର ସୂଚନା ଅନୁସାରେ ମୌସୁମୀ ଗୋଆରେ ପହଞ୍ଚି ସାରିଛି ଏବଂ ଆଗାମୀ ୨୪ ଘଣ୍ଟାରେ ଏହା ଦକ୍ଷିଣ ମହାରାଷ୍ଟ୍ର ଛୁଇଁବ। ତେଣୁ  ଆଗାମୀ ୪୮ ରୁ ୭୨ ଘଣ୍ଟାରେ ମୌସୁମୀ ମୁମ୍ବାଇରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି । ଏହି ସମୟରେ  ଘଣ୍ଟା ପ୍ରତି  ୫୦ କିମି ବେଗରେ  ପବନ ବହିବା ନେଇ ସତର୍କତା ଜାରି କରାଯାଇଛି।

ପାଣିପାଗ ବିଭାଗର ଏହି ଚେତାବନୀକୁ ଧ୍ୟାନରେ ରଖି ବର୍ଷା ଜନିତ  ସମସ୍ୟାର ମୁକାବିଲ ପାଇଁ ମୁମ୍ବାଇ ମହାନଗର ପାଳିକା(ବିଏମସି) କର୍ମଚାରୀଙ୍କ ସାପ୍ତାହିକ ଛୁଟିକୁ ବାତିଲ କରି ଦେଇଛି। ଏନଡିଆରଏଫର ୩ଟି ଦଳକୁ ପ୍ରସ୍ତୁତ କରି ରଖାଯାଇଛି।

ପାଣିପାଗର ପ୍ରଭାବ ବିମାନ ସେବା ଉପରେ ମଧ୍ୟ ପଡିଛି। ମୁମ୍ବାଇରେ ଅବତରଣ କରିବାକୁ ଥିବା ଏକ  ଜେଟ ଏୟାରଓ୍ଵେଜର ବିମାନର ଗତି ବଦଳାଯାଇ ଅହମ୍ମଦାବାଦ ଅଭିମୁଖେ ପଠାଯାଇଛି। ଏହି ବିମାନଟି ଲଣ୍ଡନରୁ ଆସୁଥିଲା।

 

 

Leave A Reply