www.samajalive.in
Tuesday, December 9, 2025
16.1 C
Bhubaneswar

ତାର ସାଜିଛି କାଳ; କେନ୍ଦ୍ରାପଡ଼ାରେ ୧୧ କେଭି ତାର ଲାଗି ଟ୍ରକ୍ ଚାଳକ ମୃତ, ଝାରସୁଗୁଡାର ଏନଏଚରେ ଛିଣ୍ଡି ପଡିଲା ୧୩୨ କେଭି ତାର

ଝାରସୁଗୁଡ଼ା/ଭୁବନେଶ୍ବର: ଏବେ ବିଦ୍ୟୁତ ତାର ସାଜିଛି କାଳ। କେଉଁଠି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଧନ ଜୀବନ ନଷ୍ଟ ହେଉଛି ତ ଅନ୍ୟ କେଉଁଠି ରାସ୍ତାରେ ଛିଣ୍ଡି ପଡିଛି ୧୩୨ କେଭି ବିଦ୍ୟୁତ୍ ତାର। ଏହାକୁ ନେଇ ଲୋକେ ଏବେ ଆତିଙ୍କିତ ଅବସ୍ଥାରେ ରହିଛି।

ଗତ କିଛି ଦିନ ପୂର୍ବେ ଗଞ୍ଜାମ ଜିଲାରେ ୧୧ କେଭି ତାର ଲାଗି ଏକ ବସରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଏକ ସପ୍ତାହ ପୁରି ନଥିବା ବେଳେ ସେହି ଅନୁରୂପ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ଘଟିଛି। ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଟ୍ରକ୍ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗାଁ ମଝିରେ ୧୧ କେଭି ବିଦ୍ୟୁତ ତାର ଓହଳି ପଡିଥିବା ଦେଖି ଚାଳକ ରାସ୍ତାକଡ଼ରେ ଟ୍ରକକୁ ଠିଆ କରାଇ ତାରକୁ ଉଠାଇବାକୁ ଯାଇଥିଲେ। ଏହି ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ହଠାତ୍ ତଳେ ପଡ଼ିଯାଇଥିଲେ। ପରେ ଗ୍ରାମବାସୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାମ ପ୍ରଭାତ ଏବଂ ସେ ବିବାହିତ ବୋଲି ଜଣାପଡିଛି।

- Advertisement -

ଅନ୍ୟପକ୍ଷରେ ଝାରସୁଗୁଡାର ବିଟିଏମ ଛକ ଠାରେ ୧୩୩ କେଭି ବିଦ୍ୟୁତ୍ ତାର ରାସ୍ତାରେ ଛିଣ୍ଡି ପଡିଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟ ବଶତଃ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ତାର ଛିଣ୍ଡି ପଡିବା ପରେ ସେହି ରାସ୍ତା ଦେଇ କୌଣସି ଯାନବାହନ ଚଳାଚଳ ହୋଇ ନଥିଲା। ପ୍ରାୟ ଘଣ୍ଟାଏ ଯାଏଁ ଗାଡି ଚଳାଚଳା ବନ୍ଦ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ। ବିଦ୍ୟୁତ୍ ବିଭାଗକୁ ସୂଚନା ଦେବା ପରେ ତାରରେ ବିଦ୍ୟୁତ୍ ସଂଯୋଗକୁ କାଟି ଦିଆଯାଇଥିଲା। ଏକ ସୁନିଶ୍ଚିତ ବିପଦରୁ ସ୍ଥାନୀୟ ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏଥିପାଇଁ ସ୍ଥାନୀୟଲୋକେ ବିଜୁଳି ବିଭାଗର ବେପରୁଆ କାର୍ଯ୍ୟକୁ ଦାୟୀ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories