www.samajalive.in
Sunday, December 7, 2025
26.1 C
Bhubaneswar

ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନ “ରୋଜ ଡେ”

ସମାଜ ଲାଇଭ ବ୍ୟୁରୋ : ବର୍ଷର ଫେବୃଆରୀ ମାସଟିକୁ ପ୍ରେମର ମାସ ରୂପେ ଅଭିହିତ କରାଯାଇଛି। କାରଣ ଏହି ମାସରେ ଭାଲେଣ୍ଟାଇନ୍ ସପ୍ତାହ ପଡ଼ିଥାଏ। ଏହାକୁ ପ୍ରେମର ସପ୍ତାହ ମଧ୍ୟ କୁହାଯାଇଥାଏ। ଏହି ସପ୍ତାହଟିକୁ ପ୍ରେମିକ ପ୍ରେମିକାମାନେ ଖୁସି ମନରେ ପାଳନ କରିଥାନ୍ତି। ଏହି ସପ୍ତାହଟିକୁ ସ୍ମରଣୀୟ ସପ୍ତାହ ଭାବେ ପାଳନ କରିବା ସବୁ ପ୍ରେମୀ ଯୁଗଳଙ୍କ ଇଛା। ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନ ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ରେ ଭାଲେଣ୍ଟାଇନ୍ ଡେ ଦିନ ଶେଷ ହୋଇଥାଏ। ଭାଲେଣ୍ଟାଇନ୍ ସପ୍ତାହର ପ୍ରଥମ ଦିନଟିକୁ “ରୋଜ-ଡେ’ ଭାବରେ ସବୁ ପ୍ରେମିକ ପ୍ରେମିକା ପାଳନ କରିଥାନ୍ତି । ଏହି ଦିନ ନିଜ ଶାଥିକୁ ଲାଲ ଗୋଲାପ ଦେଇ ପରସ୍ପର ପ୍ରତି ଭାବନାର ପରିପ୍ରକାଶ କରାଯାଏ। ଏହି ଦିନରେ ଗୋଲାପ ଫୁଲର ମହତ୍ତ୍ୱ ଅଧିକ ଥାଏ । “ରୋଜ ଡେ”ରେ ପ୍ରେମିକ ପ୍ରେମିକାମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରିଥାନ୍ତି। ପ୍ରେମୀଯୁଗଳମାନେ ବର୍ଷ ତମାମ୍ ଏହି ଦିନଟିର ଅପେକ୍ଷାରେ ରହିଥାନ୍ତି।

ଯଦି ଆପଣଙ୍କ ହୃଦୟ କାହା ପାଇଁ ଧକ୍ ଧକ୍ କରୁଛି ତେବେ ଏହି “ରୋଜ‌ଡେ”ରେ ଗୋଲାପ ଫୁଲ ଦେଇ ଆପଣଙ୍କ ଶାଥିକୁ ନିଜ ମନର କଥା କହିଦିଅନ୍ତୁ। ବର୍ତ୍ତମାନର ଡିଜିଟାଲ ସମୟରେ ଆପଣ ସମାଜିକ ଗଣମାଧ୍ୟମ ମାଧ୍ୟମରେ ମଧ୍ୟ “ରୋଜ ଡେ” ପାଳନ କରିପାରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories