www.samajalive.in
Saturday, December 6, 2025
26.1 C
Bhubaneswar

ଚକୋଲେଟ୍ ଡେ : ସମ୍ପର୍କକୁ ମାଧୁର୍ଯ୍ୟପୂର୍ଣ୍ଣ କରେ ଚକୋଲେଟ୍  

ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡେ ଭାବରେ ପାଳନ କରାଯାଏ। ଚକୋଲେଟ୍ କାହାକୁ ବା ପସନ୍ଦ ନୁହେଁ। ପିଲାଠୁଁ ବୁଢା ସମସ୍ତେ ଚକୋଲେଟ୍ ଖାଇବାକୁ ପସନ୍ଦ କରିଥାନ୍ତି। ସମ୍ପର୍କରେ ମିଠାପଣ ବା ମଧୁରତା ଆଣିବା ପାଇଁ ପରପସ୍ପରକୁ ଚକୋଲେଟ୍ ଦେଇ ଏହି ଦିନଟିକୁ ପାଳନ କରାଯାଏ।

ଏହି ଦିନ ଯେ କେବଳ ପ୍ରେମୀ ଯୁଗଳ ପରସ୍ପରକୁ ଚକୋଲେଟ୍ ଦେଇଥାନ୍ତି ତାହା ନୁହେଁ। ଆପଣ ଚାହିଲେ ନିଜ ପରିବାର, ବନ୍ଧୁ ପରିଜନଙ୍କୁ ମଧ୍ୟ ଚକୋଲେଟ୍ ଖୁଆଇ ଦିନଟିକୁ ମିଠାରେ କାଟିପାରିବେ। ଏହା ଦ୍ବାରା ସମ୍ପର୍କ ମଧ୍ୟ ମଜବୁତ ହୋଇଥାଏ। ଯଦି କେହି ସାଙ୍ଗ ବା ନିଜ ଲୋକ ଆପଣଙ୍କ ଉପରେ ରାଗିଥାନ୍ତି, ତେବେ ଆଜି ହିଁ ତାଙ୍କୁ ଚକୋଲେଟ୍ ଖୁଆଇ ରାଗ ଦୂର କରାନ୍ତୁ।

- Advertisement -

ଏମିତିରେ ତ ବଜାରରେ ବିଭିନ୍ନ ପ୍ରକାରର ଚକୋଲେଟ୍ ମିଳୁଛି। କିନ୍ତୁ ଭାଲେଣ୍ଟାଇନ୍ସ ସପ୍ତାହ ଅବସରରେ କିଛି ନୂଆ ଧରଣର ଚକୋଲେଟ୍ ବଜାରକୁ ଆସେ। ଯେପରି ହାର୍ଟ ସେପ୍ ଚକୋଲେଟ୍, ଲଭ୍ ଚକୋଲେଟ୍, ଟେଡି ଚକୋଲେଟ୍ ଏବଂ ମିକ୍ସ ଫ୍ରୁଟ୍ ଚକୋଲେଟ୍ ଆଦି ବଜାରରେ ମିଳେ।

କିନ୍ତୁ ଚକୋଲେଟ୍ କିଣିବା ସମୟରେ ଟିକେ ସାବଧାନ ହୋଇ କିଣନ୍ତୁ। କାରଣ କିଛି ନାମୀଦାମୀ କମ୍ପାନୀ ନାମରେ ନକଲି ବା ଅପମିଶ୍ରିତ ଚକୋଲେଟ୍ ବଜାରରେ ବିକ୍ରି ହୁଏ। ଯାହା ଦ୍ବାରା ବ୍ୟବସାୟୀ ତ ମାଲାମାଲ ହୁଅନ୍ତି, କିନ୍ତୁ ଚକୋଲେଟ୍ ଖାଇଥିବା ​ଲୋକଟି କ୍ଷତି ସହିଥାଏ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories