www.samajalive.in
Monday, December 15, 2025
24.1 C
Bhubaneswar

କ୍ୟାପିଟାଲ ହସ୍‌ପିଟାଲରେ କର୍କଟ ରୋଗୀଙ୍କ ସହ ସମୟ କାଟିଲେ ଭାରତୀୟ ହକି ଖେଳାଳି

ଭୁବନେଶ୍ୱର : ବିଶ୍ୱ କର୍କଟ ଦିବସ ଅବସରରେ ମଙ୍ଗଳବାର କ୍ୟାପିଟାଲ ହସ୍‌ପିଟାଲରେ ଭାରତୀୟ ହକି ଦଳର ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। କୋଣାର୍କ ଫାଉଣ୍ଡେସନ ପକ୍ଷରୁ କର୍କଟ ରୋଗ ସଚେତନତା କାର୍ୟ୍ୟକ୍ରମରେ ଭାରତୀୟ ହକି ଖେଳାଳି ସାମିଲ ହୋଇଥିଲେ। ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଅରୂପ ପଟ୍ଟନାୟକ, ଭାରତୀୟ ହକି ଦଳର ସହ ପ୍ରଶିକ୍ଷକ ପୀୟୁଷ କୁମାର ଦୁବେ, କ୍ୟାପିଟାଲ ହସ୍‌ପିଟାଲ ନିର୍ଦେଶକ ଅଶୋକ କୁମାର ପଟ୍ଟନାୟକ, ଆପୋଲୋ ହସ୍ପିଟାଲର କର୍କଟ ବିଭାଗ ମୁଖ୍ୟ ଚିନ୍ମୟ କୁମାର ପାଣି, ସଂଗ୍ରାମ ପାଇକରାୟ, ଆକାଶ ଦାସନାୟକ, ରୁଦ୍ର ନାରାୟଣ ସାମନ୍ତରାୟ, ବିବେକାନନ୍ଦ ପଟ୍ଟନାୟକ, ପି.କେ.ରାୟ, ଅମରେଶ ଜେନା, ସୂର୍ୟ୍ୟକାନ୍ତୀ ଜେନା ଏବଂ ଫାଉଣ୍ଡେସନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ହକି ଖେଳାଳି ଆକାଶଦୀପ୍‌ ସିଂହ, ବରୁଣ କୁମାର, ସିମ୍ରନଜିତ୍‌ ସିଂହ, ସୁମିତ, ସୂରଜ କେରକେରା, ଦୀପ୍‌ସାନ ତିର୍କୀ, ନୀଲମ ସଞ୍ଜୀପ ଖେସ୍‌, ଯଶ୍‌କରଣ ସିଂହ ପ୍ରମୁଖ କ୍ୟାପିଟାଲ ହସ୍‌ପିଟାଲ କର୍କଟ ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ଫଳ ବଣ୍ଟନ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories