www.samajalive.in
Sunday, December 14, 2025
19.1 C
Bhubaneswar

କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟରେ ଆଡଭାଇଜରି ଜାରି

ଭୁବନେଶ୍ବର : ଚୀନରୁ ବ୍ୟାପିଥିବା କରୋନା ଭାଇରସର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଆଡଭାଇଜରି ଜାରି କରାଯାଇଛି। ଆଡଭାଇଜରି ଜାରି କରିବା ସହ ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। କରୋନା ଭାଇରସ୍ ଚିହ୍ନଟ ସହ ଏହାର ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସେହିଭଳି ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍, ବୁର୍ଲାସ୍ଥିତ ଭିଏସଏସ୍ ମେଡିକାଲ କଲେଜ ଓ ହସ୍ପିଟାଲ୍, ଝାରସୁଗୁଡ଼ା ହସ୍ପିଟାଲ୍ ଓ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ଓ୍ଵାର୍ଡ ପ୍ରସ୍ତୁତି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଓ୍ଵାର୍ଡ, ଜଣେ ନୋଡ଼ାଲ ଅଫିସର ନିଯୁକ୍ତି ଓ ଚିକିତ୍ସା କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି।

ଉଲ୍ଲେଖ ଯୋଗ୍ୟ, ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ଵ ଚିନ୍ତିତ ହୋଇପଡ଼ିଛି। ବିଶେଷ କରି ୟୁରୋପ ଏବଂ ଏସିଆ ଦେଶଗୁଡ଼ିକରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ବିଶ୍ଵର ୧୦ରୁ ଅଧିକ ଦେଶକୁ ବ୍ୟାପି ସାରିଛି। ଏହି ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ, ନେପାଳ, ଥାଇଲାଣ୍ଡ, ଆମେରିକା, ତାଇୱାନ, ଜାପାନ, ଦକ୍ଷିଣ କୋରିଆ, ଭିଏତନାମ, ସିଙ୍ଗାପୁର, ହଂକଂ, ଫ୍ରାନ୍ସ ଏବଂ ମକାଉ। ଏହା ବ୍ୟତୀତ ବ୍ରିଟେନ ଏବଂ ଭାରତରେ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେବଳ ଚୀନରେ ଏହି ଭୂତାଣୁ ଯୋଗୁ ୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୨୬ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟାନ୍ୟ ଦେଶଗୁଡ଼ିକରେ ପ୍ରାୟ ୨୬ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

- Advertisement -

କରୋନା ଭାଇରସ କ’ଣ ?

କରୋନା ଭାଇରସ୍‌ ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଚୀନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଉହାନର ସିଫୁଡ୍‌ ମାର୍କେଟରୁ ଏହି ଭୂତାଣୁ ବ୍ୟାପିବା ଆରମ୍ଭ ହୋଇଛି। ଏଥିରେ ଆକ୍ରାନ୍ତ ହେଲେ ସାଧାରଣ ଥଣ୍ଡା ଜ୍ଵର ଏବଂ କାଶ ହୋଇଥାଏ। କିନ୍ତୁ ଏହା ଦ୍ବାରା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥାଏ। କାରଣ ଜ୍ଵର ଦୀର୍ଘଦିନ ଯାଏ ରହିବ ଏବଂ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ଏପରି କି ଏହାଦ୍ବାରା ନିମୋନିଆ ହୋଇଥାଏ। ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିମାନଙ୍କୁ ଏହା ସହଜରେ ଆକ୍ରମଣ କରିଥାଏ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories