ଭୁବନେଶ୍ୱରରେ ଥିବା ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସ ବନ୍ଦ ହେବ!

0

ଭୁବନେଶ୍ୱର:  ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ଦେଶର ଏକମାତ୍ର ପୋଷ୍ଟାଲ ପ୍ରିଣ୍ଟିଂ ପ୍ରେସକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଜାରି କରିଛନ୍ତି ।    ମେ ୯ ତାରିଖରେ ଏକ  ଏହାକୁ ବନ୍ଦ କରିବା ପାଇଁ ସମ୍ପୃକ୍ତ ମନ୍ତ୍ରାଳୟ ପକ୍ଷରୁ  ନିର୍ଦେଶ ଜାରି କରାଯାଇଛି ।  ପତ୍ର ଲେଖାଯିବାର ୨ ମାସ ମଧ୍ୟରେ ଏହାକୁ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି ।ଓଡିଶା  ସର୍କଲର ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ସରକାରଙ୍କୁ ଏହା ଉପରେ ଆଉଥିରେ ବିଚାର କରିବା ପାଇଁ ଲିଖିତ ଆବୋଦନ କରିଛନ୍ତି । ସିପିଏମ୍‌ଜି ସନ୍ତୋଷ କୁମାର କାମିଲା ପିଟିଆଇକୁ ଏହି ସୂଚନା ଦେଇଛନ୍ତି ।

prayash

୧୯୮୬ ମସିହାରେ ଏହି ପ୍ରେସକୁ ସ୍ଥାପନ କରାଯାଇଥିଲା । ଏଠାରେ  ମନରେଗା ବୁକ୍‌ଲେଟ୍‌. ଉଜ୍ଜଳା ପାସ୍‌ବୁକ୍‌ ଓ ନିର୍ବାଚନ ବାଲଟ୍‌ ଛାପାଯାଉଛି । ଏଠାରେ ଏବେ ୧୩୮ ଜଣ କର୍ମଚାରୀ କାମ କରୁଛନ୍ତି । ଏହି ପ୍ରେସକୁ ବନ୍ଦ କରିବାକୁ ବିଭିନ୍ନ ସଂଗଠନ ପକ୍ଷୁର ବିରୋଧ କରାଯାଇଛି । କେନ୍ଦ୍ର ସରକାର ନିଯୁକ୍ତି ସୃଷ୍ଟି କରିବା ବଦଳରେ ଲୋକଙ୍କ ହାତରୁ ନିଯୁକ୍ତି ଛଡାଇ ନେଉଥିବା ବରିଷ୍ଠ ସିପିଆଇ-ଏମ୍‌ ନେତା ସୁରେଶ ପାଣିଗ୍ରାହୀ  ଅଭିଯୋଗ କରିଛନ୍ତି ।

Leave A Reply