www.samajalive.in
Tuesday, December 9, 2025
26.1 C
Bhubaneswar

ସ୍କୁଟି ଚଳାଇ ଫସିଲେ ନାବାଳକ,ଗଣିଲେ ୨୬ ହଜାର ଫାଇନ

କଟକ: ସ୍କୁଟି ଚଳାଇ ଜଣେ ନାବାଳକ ଟ୍ରାଫିକ ପୁଲିସ ହାତରେ ଧରାପଡିଛନ୍ତି। ଉକ୍ତ ନାବାଳକଙ୍କ ଠାରୁ ପୁଲିସ ଫାଇନ ଆକାରରେ ୨୬ ହଜାର ଟଙ୍କା ଆଦାୟ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ବାରଙ୍ଗ ଅଞ୍ଚଳରେ। ଟ୍ରାଫିକ ନିୟମକୁ କଡାକଡି  କରିବା ସହ ଲୋକମାନଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ପରିବହନ ବିଭାଗ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଚେତୁନାହାନ୍ତି ଜନତା।

- Advertisement -

ସୂଚନା ଅନୁସାରେ କଟକ ବାରଙ୍ଗ ଛକରେ ମଙ୍ଗଳବାର ଜଣେ ନାବାଳକ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍‌ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ଜଣଙ୍କ ନାବାଳକ ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିଲା। ନାବାଳକ ହୋଇଥିବା ବେଳେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବାରୁ ୧୦୦୦ ଟଙ୍କା ଜୋରିମାନା ଓ ଲାଇସେନ୍ସ ନଥିବାରୁ ଏବଂ ନାବାଳକ ହୋଇଥିବାରୁ ୨୫,୦୦୦ ଟଙ୍କା ଜୋରିମାନା କରିଛନ୍ତି କଟକ ଆଡିସିନାଲ୍‌ ଆର୍‌ଟିଓ। ଏଥିସହ ଗାଡ଼ିକୁ ଜବତ କରି ନାବାଳକଙ୍କ ପରିବାର ଲୋକଙ୍କ ସୂଚନା ଦିଆଯାଇଥିବା ଆର୍‌ଟିଓ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories