www.samajalive.in
Sunday, December 7, 2025
16.1 C
Bhubaneswar

ଅନ୍ଧାର କରିଦେବେ ସରକାର; ମହଲତ ଦୁଇ ଦିନ

ଭୁବନେଶ୍ବର: ୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ ପୈଠ ନକଲେ ୧୬ ତାରିଖରୁ ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ କାମ ଆରମ୍ଭ କରିବ ସେସୁ। ଏନେଇ ମଙ୍ଗଳବାର ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଦେଇଛନ୍ତି। ସେସୁର ସୂଚନା ଅନୁସାରେ ୧୬ ତାରିଖରୁ ସେସୁର ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ୯ ଟି ଜିଲାରେ ବିଦ୍ୟୁତ୍ ବକେୟା ଦେଇନଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିବେ। ସେସୁ ପକ୍ଷରୁ ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, କିନ୍ତୁ ସେମାନେ ବିଦ୍ୟୁତ୍ ବିଲ ଦେଉନାହାନ୍ତି। ସେମାନଙ୍କ ବିଦ୍ୟୁତ କାଟ ପ୍ରଥମେ କରାଯିବ ବୋଲି ଜଣାପଡିଛି। ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ସୂଚନା ଅନୁସାରେ ସମ୍ପୁର୍ଣ୍ଣ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରି ଯେଉଁ ଉପଭୋକ୍ତା ବିଦ୍ୟୁତ୍ ବକେୟା ବିଲ ପୈଠ କରିନାହାନ୍ତି ସେମାନଙ୍କ ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବ।

ସେସୁର ୧୬ ତାରିଖରୁ ବକେୟା ବିଦ୍ୟୁତ ବିଲ ପୈଠ କରିନଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ ବିଚ୍ଛିନ୍ନ କରିବ ଘୋଷଣା ପରେ ବିରୋଧୀ ଦଳ ମାନେ ଏହାକୁ କଡା ବିରୋଧ କରିବା ଆରମ୍ଭ କରିଛନ୍ତି। ବିରୋଧୀ ଦଳଗୁଡିକ ବିଦ୍ୟୁତ କାଟ ହେଲେ ଆନ୍ଦୋଳନ କରିବେ ବୋଲି ଧମକ ବି ଦେଇଛନ୍ତି । ଏହାମଧ୍ୟରେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଆଜି ସ୍ପଷ୍ଟ କରିଦେଇଛି ।

- Advertisement -

ସୂଚନାଅନୁସାରେ ରାଜ୍ୟର ଲକ୍ଷାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୧୯୭୧ କୋଟି ଟଙ୍କାର ବକେୟା ରହିଥିବା ଅଭିଯୋଗ କରି ସେସୁର ସିଇଓ ଅରୁଣ ବୋଥ୍ରା ଡିସେମ୍ବର ୧୧ରେ ବିଦ୍ୟୁତ୍ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ଅନୁରୋଧ କରିଥିଲେ। ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମୀଳନି କରି କହିଥିଲେ ଉପଭୋକ୍ତାମାନେ ବକେୟା ବିଦ୍ୟୁତ ବିଲ ପୈଠ ନକଲେ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ। ସେସୁର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏବଂ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିବା ସେ କହିଥିଲେ ଅରୁଣ ବୋଥ୍ରା । ଉପଭୋକ୍ତାମାନେ ତୁରନ୍ତ ସେମାନଙ୍କର ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ସିଇଓ ବୋଥ୍ରା ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories