ଦେଶରେ ବିରୋଧୀ ହାଓ୍ୱା, ୨୦୧୯ ନିର୍ବାଚନ ଉପରେ ସମସ୍ତଙ୍କ ନଜର

0

କଟକ: ଦେଶରେ ଏବେ ବିରୋଧୀ ହାଓ୍ୱା ବହିବାରେ ଲାଗିଛି । ଗତ ଉପ ନିର୍ବାଚନରୁ ଏହା ଏକ ପ୍ରକାରର ସ୍ପଷ୍ଟ ହୋଇଛି । ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ହୋଇଥିବା ଫଳାଫଳ ଶାସକ ବିଜେପିକୁ ନିରାଶ  କରିଥିବା ବେଳେ ବିରୋଧୀଙ୍କୁ ବେଶ ଉତ୍ସାହିତ କରିଛି ।  ୨୦୧୯ ସାଧାରଣ ନିର୍ବଚନ ଉପରେ ଏହା ପ୍ରଭାବ ପକାଇବା ବୋଲି ବିରୋଧୀ ଆଲୋଚନା କରିଥିବା ବେଳେ ବିଜେପି କହିଛି ଏହାର ଫଳା ଫଳ ଭିନ୍ନ ଧରଣ ହେବ ।

୨୦୧୯ରେ ଓଡିଶା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ  । ଶାସକ ବିଜେଡି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ବାରମ୍ବାର ଦାବି କରୁଛି । ଦଳର  ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ଓ କଂଗ୍ରେସଠାରୁ ସମ ଦୂରତ୍ୱ ବଜାୟ ରଖିବେ ବୋଲି କହିଛନ୍ତି ।  ତେବେ ବିଜେପି ବିରୋଧୀ ହାଓ୍ୱା ଏବେ ଦେଶରେ ବହୁଥିବା ବେଳ ଓଡିଶାରେ ଏକାକୀ ଲଢିବୁ ଓ ଏକାକୀ ଜିତିବୁ ବୋଲି ବିଜେଡିର ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି  । ଜାତୀୟସ୍ତରର ପ୍ରଭାବ  ଓଡିଶାରେ ପଡିବ ନାହିଁ । ଜାତୀୟସ୍ତରରେ କ’ଣ ହେବ ତାହା ଏବେ ଠାରୁ କହି ହେବ ନାହିଁ , ଏବେ ଅନ୍ୟ ରାଜ୍ୟମାନଙ୍କରେ ଆଞ୍ଚଳିକ ଦଳ ଭଲ କରୁଛନ୍ତି । ଏନ୍‌ଡିଏ ଓ ୟୁପିଏଠାରୁ ସମଦୂରତ୍ୱ ରଖିଛନ୍ତି ଏବଂ ଏହାକୁ ବଜାୟ ରଖିବେ ବୋଲି ସେ ସୂଚନା ଦେଇଛନ୍ତି ।

ଏବେ କଂଗ୍ରେସ ବିରୋଧୀଦଳମାନଙ୍କୁ ଏକାଠି କରିବା ସହ ୨୦୧୯ ସାଧାରଣ ନିର୍ବାଚନ ପାଇଁ ସଜବାଜ ହେଉଛି ।   ସମାନ ଚିନ୍ତାଧାରା ରଖୁଥିବା ଦଳମାନଙ୍କୁ ନେଇ  ସାଙ୍ଗରେ ନେଇ ଚାଲୁଛୁ ବୋଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ସଚିବ ଓ ଗୁଜୁରାଟ ପ୍ରଭାରୀ  ବିଶ୍ୱରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।  ମିଛ ପ୍ରତିଶୃତି ଦେଇ ବିଜେପି ସରକାରଙ୍କୁ ଆସିଥିଲା । ମାତ୍ର ସେ ପ୍ରତିଶୃତି ରକ୍ଷା କରିପାରି ନାହିଁ । ପ୍ରହେଳିକାଠାରୁ ଲୋକମାନେ ଦୂରେଇଯାଇଛନ୍ତି । କଂଗ୍ରେସ ନୀତି ଓ ଆଦର୍ଶକୁ ନେଇ ୨୦୧୯ ନିର୍ବାଚନ ଲଢିବ ବୋଲି ସେ କହିଛନ୍ତି ।  ଓଡିଶାରେ ବିଜେଡି କଂଗ୍ରେସ ପ୍ରଥମ ଶତ୍ରୁ , ରାଜ୍ୟରେ ୨୦୧୯  ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେଡି ବିପକ୍ଷରେ ଲଢିବା  ବୋଲି ସେ ସୂଚନା ଦେଇଛନ୍ତି ।

ସାଧାରଣ ନିର୍ବାଚନ ଅଲଗା ଓ ଉପ ନିର୍ବାଚନ ଅଲଗା ବୋଲି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି । ଉପ ନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗକୁ ନେଇ ନିର୍ବାଚନ ହୋଇଥାଏ  । ଏହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡିବ ନାହିଁ  ବୋଲି ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି ।  ବିଜେପି ଦେଶରେ ସ୍ଥିର ସରକାର ଦେଇ ପାରିବ ବିରୋଧୀଙ୍କ ମହାମେଣ୍ଟ ବିଫଳ ହେବ ବୋଲି ସେ କହିଛନ୍ତି । ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଚୋରା ପୀରତି ରହିଛି , ବିଜେପି ବିଷୟରେ ବିଜେଡି ଭ୍ରମରେ ରହିଛି ,  ୨୦୧୯ ନିର୍ବାଚନ ସମୟରେ ଏହା ବିଜେପିକୁ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Leave A Reply