ସିଏଏ ଓ ଏନଆରସିକୁ ନେଇ ବିରୋଧୀଙ୍କ ମେଳି, ସାମିଲ ହେଲେନି ମମତା, ଉଦ୍ଧବ, ଅରବିନ୍ଦ, ଅଖିଳେଶ ଓ ମାୟାବତୀ
ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ରଣହୁଙ୍କାର ଦେଇଛନ୍ତି ବିରୋଧୀ। ସୋମବାର କଂଗ୍ରେସ ନେତୃତ୍ୱରେ ବିରୋଧୀ ରାଜନୈତିକ ଦଳ ଦିଲ୍ଲୀରେ ଏକାଠି ହୋଇଛନ୍ତି। ହେଲେ ଏହି ବୈଠକରେ ଦେଶର ବଡ଼ବଡ ରାଜନୈତିକ ଦଳ ସାମିଲ ହୋଇ ନାହାନ୍ତି। ଯାହା ବିରୋଧୀଙ୍କ ମେଳିକୁ ଏକ ଶକ୍ତ ଝଟକା ଲାଗିଛି। ଏନଆରସି ଏବଂ ସିଏଏକୁ ବିରୋଧୀ ଆଜିର ବୈଠକକୁ କଂଗ୍ରେସ ଏନଆରସି ଏବଂ ସିଏଏକୁ ବିରୋଧ କରି ଆସୁଥିବା ବିରୋଧୀ ଦଳମାନଙ୍କୁ ଆମନ୍ତ୍ରିତ କରିଥିଲା। କିନ୍ତୁ ଦେଶର ବହୁ ବଡ ବିରୋଧୀ ଦଳ ଏହି ବୈଠକରେ ଭାଗନେଇ ନଥିଲେ। ଏହି ବୈଠକରେ ବହୁଜନ ସମାଜବାଦୀ ପାର୍ଟି, ଡିଏମକେ, ଟିଏମସି, ସମାଜବାଦୀ ପାର୍ଟି ସାମିଲ ହୋଇ ନଥିଲେ। ଆମ୍ ଆଦମୀ ପାର୍ଟି ଏବଂ ଶିବସେନାକୁ ଏହି ବୈଠକକୁ ଆମନ୍ତ୍ରିତ କରାଯାଇଥିଲେ ମଧ୍ୟ ସେମାନେ ସାମିଲ ହୋଇ ନଥିଲେ। ଏନଆରସି ଏବଂ ସିଏଏକୁ ବିରୋଧକୁ ଆଗକୁ ନେବା ପାଇଁ କଂଗ୍ରେସ ସବୁ ଦଳକୁ ଆମନ୍ତ୍ରିତ କରିଥିଲା। ଆଶା ରହିଥିଲା ବଡ଼ ଦଳମାନେ ଏହି ବୈଠକରେ ଭାଗ ନେବେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ ମେଳି ହେବ କିନ୍ତୁ କିନ୍ତୁ ସେମିତି କିଛି ଦେଖିବାକୁ ମିଳିଲା ନାହିଁ। ସିଏଏକୁ ଜୋରଦାର ବିରୋଧ କରୁଥିବା ମମତା ବାନାର୍ଜୀ, ବହୁଜନ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି ଭାଗ ନନେବା ରାଜନୀତି ପାଣିପାଗକୁ ଅଧିକ ଗୋଳିଆ କରିଛି।
20 Opposition parties attend meeting on CAA, NRC; TMC, BSP, SP, DMK not present
Read @ANI Story | https://t.co/OxVITaPpMI pic.twitter.com/HwaCzrzCqo
— ANI Digital (@ani_digital) January 13, 2020
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଏନସିପି ପ୍ରମୁଖ ଶରଦ ପାଓ୍ଵାର, ବାମ ନେତା ସୀତାରାମ ୟେଚୁରୀ, ଡି ରାଜା, ଜେଏମଏମ ନେତା ତଥା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏଲଜେଡି ମୁଖ୍ୟ ଶରଦ ଯାଦବ, ଆଲୋକ ସମତା ପାର୍ଟିର ନେତା ଉପେନ୍ଦ୍ର କୁଶଓ୍ଵାହା, ଆରଜେଡି ନେତା ମନୋଜ ଝା, ନ୍ୟାସନାଲ କନଫରେନ୍ସ ହସନୈନ ମସୁଦୀ ମଧ୍ୟ ସାମିଲ। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ଅହମ୍ମଦ ପଟେଲ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ସାମିଲ ଥିଲେ। ବୈଠକରେ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ଦେଶରେ ମୋଦୀ ସରକାର ହିଂସା ଏବଂ ଘୃଣା ଭାବ ପ୍ରସାରଣ କରୁଛନ୍ତି। ମୋଦୀ ସରକାର ଦେଶକୁ ଧର୍ମ ଆଧରରେ ଭାଗ ଭାଗ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଥି ପାଇଁ ସେମାନେ ସରକାରୀ କଳର ମଧ୍ୟ ଅପବ୍ୟବହାର କରୁଛନ୍ତି।
Delhi: Congress-led opposition meeting to discuss the current political situation in the country, underway at Parliament Annexe. pic.twitter.com/JLtsbkgYfM
— ANI (@ANI) January 13, 2020
Comments are closed.