‘ବୀର ଦି ୱେଡିଙ୍ଗ’କୁ ପାକିସ୍ଥାନରେ ମନା
ମୁମ୍ବଇ : ଶଶାଙ୍କ ଘୋଷ ନିର୍ଦେଶିତ ‘ବୀର ଦି ୱେଡିଙ୍ଗ’ ଜୁନ ୧ ରେ ମୁକ୍ତିଲାଭ କରିବାକୁ ଯାଉଛି। କିନ୍ତୁ ଏହି ଚଳଚ୍ଚିତ୍ରକୁ ପାକିସ୍ତାନ ଚଳଚ୍ଚିତ୍ର ସେନସର ବୋର୍ଡ ପାକିସ୍ତାନରେ ନିଷେଧ କରିଛନ୍ତି। ଚଳଚ୍ଚିତ୍ରରେ କିଛି ଅସଭ୍ୟ ଭାଷା ଏବଂ ଅଶ୍ଳୀଳ ସଂଳାପ ଥିବା ଯୋଗୁଁ ଏହାକୁ ନିଷେଧ କରାଯାଇଛି ବୋଲି ସେଠାକାର ସି.ବି.ଏଫ.ସି କହିଛିି। ପାକିସ୍ତାନରେ ଏହି ନିଷେଧକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦର୍ଶକ ନିଜର ଅସନ୍ତୋଷକୁ ଟୁଇଟର୍ ମାଧ୍ୟମରେ ଜଣାଇଛନ୍ତି। ଦର୍ଶକ ମଜାନ୍ଙ୍କ ମତରେ, ଏଥିରେ ଅଶ୍ଳୀଳ ଭାଷାର ସଂଳାପ ରହିଥିବାରୁ, ପାକିସ୍ତାନରେ ‘ବୀର ଦି ୱେଡିଙ୍ଗ’କୁ ନିଷେଧ କରାଯାଇଛି, କିନ୍ତୁ ପୁରୁଷମାନେ ଯେତେବେଳେ ରାସ୍ତା ଉପରେ ଅଶ୍ଳୀଳ ଇଙ୍ଗିତ କରିଥାଆନ୍ତି , କେହି ସେଠାରେ ତାହାର ବିରୋଧ କରନ୍ତି ନାହିଁ। ବୀର ଦି ୱେଡିଙ୍ଗ ଚଳଚ୍ଚିତ୍ରରେ ଅଭିନେତ୍ରୀ ସୋନମ କାପୁର, କରୀନା କାପୁର, ସ୍ୱରା ଭାସ୍କର, ଶିଖା ତଲସାନିଆ ଅଭିନୟ କରିଛନ୍ତି।