www.samajalive.in
Sunday, December 7, 2025
26.1 C
Bhubaneswar

ମମତା ଏବଂ ରାହୁଲ ସିଏଏରେ ଏମିତି କିଛି ଦେଖାନ୍ତୁ ଯାହା କୌଣସି ନାଗରିକର ନାଗରିକତ୍ବ ଛଡାଇ ନେବ: ଅମିତ ଶାହା

ମଧ୍ୟପ୍ରଦେଶ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାହୁଲ ଗାନ୍ଧୀ ନାଗରିକତ୍ବ ସଂଶୋଧନ ଆଇନରେ ଏମିତି କିଛି ଦେଖାନ୍ତୁ ଯାହା କୌଣସି ଭାରତୀୟ ନାଗରିକର ନାଗରିକତ୍ବ ଛଡାଇ ନେବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ବୁଧବାର ମଧ୍ୟପ୍ରଦେଶର ଜବଲପୁରରେ ଏକ ଜନସଭାକୁ ଉଦବୋଧନ ଦେଇ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ଏହି ଅବସରରେ ଶାହା କହିଥିଲେ ସିଏଏକୁ ବିରୋଧ କରି ଦେଶରେ ଅରାଜକତା ସୃଷ୍ଟି କରୁଥିବା କଂଗ୍ରେସ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏରେ ଏମିତି କିଛି ଦେଖାନ୍ତୁ ଯେଉଁଥିରେ ଜଣେ ଭାରତୀୟ ନାଗରିକର ନାଗରିକତ୍ବ ଛଡାଇ ନେବାର ପ୍ରାବଧାନ ରହିଛି।

- Advertisement -

ଏହି ଅବସରରେ ଶାହା କହିଛନ୍ତି ଭାରତ ଉପରେ ଯେତିକି ଅଧିକାର ମୋର ଏବଂ ଆପଣମାନଙ୍କର ରହିଛି ସେତିକି ଅଧିକାର ପାକିସ୍ତାନରୁ ଆସିଥିବା ହିନ୍ଦୁ,ଶିଖ୍,ବୁଦ୍ଧିଷ୍ଟ ଏବଂ ଖ୍ରୀଷ୍ଟିୟାନ ଶରଣାର୍ଥୀଙ୍କର ମଧ୍ୟ ରହିଛି।

 

ଅମିତ ଶାହା ଏହି ଅବସରରେ କଂଗ୍ରେସର ବରିଷ୍ଠନେତା କପିଲ ଶିବଲଙ୍କୁ କଟାକ୍ଷ କରି କହିଛନ୍ତି ‘ ସୁପ୍ରିମକୋର୍ଟରେ ଓକିଲଥିବା କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ। କପିଲ ଭାଇ ଯେତେ ଶକ୍ତି ଅଛି ରାମ ମନ୍ଦିର ନିର୍ମାଣକୁ ବିରୋଧ କରନ୍ତୁ ,ଚାରି ମାସ ମଧ୍ୟରେ ଆମେ ଗଗନଚୁମ୍ବି ରାମ ମନ୍ଦିର ନିର୍ମାଣ କରିଦେଖାଇବୁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories