ପିଲାଦିନର ଋଣ ସୁଝିବେ ସଲମାନ !

0

ମୁମ୍ବଇ : ବଲିଉଡ଼ରେ ଭାଇଜାନ ନାମରେ ପରିଚିତ ସଲମାନ ଖାନ ତାଙ୍କର ଘରୋଇ ପ୍ରଯୋଜନା ସଂସ୍ଥା ମାଧ୍ୟମରେ ଏକ ନୂତନ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ନାୟକ ଭୂମିକାରେ ଜଣେ ନବାଗତଙ୍କୁ ଦେଖିବାକୁ ମିଳିବ। ଗୁରୁବାରରେ ସଲମାନ ଟ୍ୱିଟକରି ତାଙ୍କର ଆଗାମୀ ଚଳଚ୍ଚିତ୍ରର ନାୟକଙ୍କ ଫଟୋ ସେୟାର କରିଛନ୍ତି। ‘ଏହି ପିଲା ଏତେ ଶିଘ୍ର  କେମିତି ବଡ ହୋଇ ଯାଉଛନ୍ତି…ସବୁସମୟରେ ଭଲ ପ୍ରଦର୍ଶନ କରିବ ଜହିରୋ…’- ସଲମାନଙ୍କର ଏହି ଟ୍ୱିଟ ପଢିଲାପରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏ ‘ଜହିର’ କିଏ?

prayash

ସଲମାନ ତାଙ୍କର ପରବର୍ତ୍ତୀ ଟ୍ୱିଟରେ ଏହାର ଉତ୍ତର ଦେଇଛନ୍ତି। ‘ଜହିର’ ହେଉଛନ୍ତି ସଲମାନଙ୍କର ପିଲାଦିନର ବନ୍ଧୁ ଇକ୍‍ବାଲଙ୍କ ପୁଅ। ସଲମାନ କହିଛନ୍ତି ଇକବାଲ ତାଙ୍କର ପିଲାଦିନର ଘନିଷ୍ଠ ବନ୍ଧୁ ଏବଂ ସମୟ ଅସମୟରେ ବ୍ୟାଙ୍କ ଭଳି ତାଙ୍କୁ ଆର୍ଥିକ ସହାୟତା କରୁଥିଲେ। ଯେତେବେଳେ ତାଙ୍କ ପାଖରେ ଟଙ୍କାର ଅଭାବ ଥିଲା ସେତେବେଳେ ଇକବାଲ ତାଙ୍କୁ ବହୁତ ଆର୍ଥିକ ସାହାଯ୍ୟ କରିଛନ୍ତି। ଏବେ ମଧ୍ୟ ତାଙ୍କ ଉପରେ ଇକବାଲଙ୍କର ୨୦୧୧ଟଙ୍କା ବାକି ଅଛି ଯାହାକୁ ସଲମାନ ପରିଶୋଧ କରି ନାହାନ୍ତି। ତେବେ ‘ଜହିର’ଙ୍କୁ ନିଜ ପ୍ରଯୋଜନା ସଂସ୍ଥା ମାଧ୍ୟମରେ ହିରୋ ସଜାଇ ସଲମାନ ଋଣ ପରିଶୋଧ କରିବାକୁ ଚାହୁଁଛନ୍ତି ।

 

Leave A Reply