ଯଦି ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ବିଶ୍ବ ମୁହାଁଏ : ଭାରତ-ଚୀନ୍-ରୁଷ୍‌ଙ୍କ ସ୍ଥିତି

ନୂଆଦିଲ୍ଲୀ : ଭାରତ ଉଭୟ ଆମେରିକା ଓ ଇରାନ ସହ ଉତ୍ତମ ସଂପର୍କ ରକ୍ଷା କରିଆସିଥିବାବେଳେ ସବୁବେଳେ ଏକ ଗୋଷ୍ଠୀ ନିରପେକ୍ଷ ଓ ଶାନ୍ତିଦୂତ ରାଷ୍ଟ୍ର ରୂପେ କାର୍ଯ୍ୟକରି ଆସିଛି। ସାଂପ୍ରତିକ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଇରାନ ରାଷ୍ଟ୍ରପତି ହାସାନ୍‌ ରୁଆନୀଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଂପର୍କ ମଧ୍ୟ ଘନିଷ୍ଠ ରହିଛି। ଉଭୟ ରାଷ୍ଟ୍ର ସହ ଭାରତର ବାଣିଜ୍ୟିକ ସଂପର୍କ ସାଂପ୍ରତିକ ସ୍ଥିତିରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି। ଆମେରିକା ଆଜିର ଆବଶ୍ୟକତା ହୋଇଥିବାବେଳେ ଇରାନ ସହ ଭାରତର ସଂପର୍କ ଦଶନ୍ଧି ଦଶନ୍ଧି ପୁରୁଣା। ବିଶେଷକରି ଇରାନର ଚାବହାର ବନ୍ଦରକୁ ବିକଶିତ କରି ସେଠାରେ ଚୀନ୍ ଓ ପାକିସ୍ତାନକୁ ବାଣିଜ୍ୟିକ ଚେକ୍‌ ଦେବାକୁ ପ୍ରୟାସ କରୁଛି। ବିଶେଷକରି ଇରାନଠାରୁ ଭାରତ ସର୍ବାଧିକ ତୈଳ ମଧ୍ୟ ଆମଦାନୀ କରୁଛି। ଯଦି ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ବିଶ୍ବ ମୁହାଁଏ ତେବେ ଭାରତ ପାଇଁ ଏହା ହେବ ଏକ ଅଗ୍ନିପରୀକ୍ଷା।

prayash

ଅନ୍ୟପକ୍ଷରେ ଆମେରିକା-ଇରାନ ସଂପର୍କ ଗତକିଛି ମାସରେ ଅଧିକ ତିକ୍ତ ହୋଇଛି। ଏଭଳି ସ୍ଥିତିରେ ରୁଷ୍‌ ଓ ଚୀନ୍ ଭଳି ମହାଶକ୍ତି ସଂପନ୍ନ ରାଷ୍ଟ୍ର କୌଣସି ପରିସ୍ଥିତିରେ ବିଶ୍ବଯୁଦ୍ଧ ଚାହିବେନି। କାରଣ ଏହାଦ୍ବାରା କେବଳ ଯୁଦ୍ଧ ଲଢିବାକୁ ଥିବା ଆମେରିକା ଓ ଇରାନ କ୍ଷତିଗ୍ରସ୍ତ ହେବେନି। ବିଶ୍ବବ୍ୟାପୀ ଏହାର ଗୁରୁତର ପ୍ରଭାବ ପଡିବ। ବିଶେଷକରି ଅନ୍ତର୍ଜାତୀୟ ତୈଳ ବଜାର ସର୍ବାଧିକ କ୍ଷତିଗ୍ରସ୍ତ ହେବ। ପୁଞ୍ଜିପ୍ରବାହ ଗୁରୁତର ବାଧାପ୍ରାପ୍ତ ହେବ। ସବୁ ଦରଦାମ ବଢିଯିବ। ସଂପ୍ରତି ବିଶ୍ବ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ସବୁ ରାଷ୍ଟ୍ରରେ ପଡିଛି। ଯୁଦ୍ଧ ହେଲେ ଅର୍ଥନୀତି ରସାତଳକୁ ଚାଲିଯିବ। ତେଣୁ ରୁଷ୍‌ ଓ ଚୀନ୍ ଭଳି ରାଷ୍ଟ୍ର ମଧ୍ୟ ଆମେରିକା-ଇରାନ ତିକ୍ତତାକୁ ବେଶ୍‌ ସତର୍କତାର ସହ ନୀରିକ୍ଷଣ କରୁଛନ୍ତି।

kalyan agarbati

Comments are closed.