ଶୀତ ଋତୁରେ ଓଠର ଯତ୍ନ

ଶୀତ ଋତୁରେ ଓଠ ଶୁଷ୍କ ହେବା ସହ ଫାଟିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଥାଏ। ନାମୀ ଦାମୀ କମ୍ପାନୀର ଲିପ୍‌ ବାମ୍ ଲଗାଇବା ସତ୍ତ୍ବେ କୌଣସି ଲାଭ ମିଳିନଥାଏ। ଅନ୍ୟପାଖେ ଘରୋଇ ଉପଚାର କଲେ ଓଠ ଫଟା ସମସ୍ୟା ଦୂର ହେଉଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।

prayash

– ଓଠ ଫଟାରୁ ରକ୍ଷା ପାଇବା ନିମନ୍ତେ ୨-୩ ବୁନ୍ଦା ମହୁ ପ୍ରତି ୪-୫ ଘଣ୍ଟାରେ ଥରେ ଲଗାନ୍ତୁ।
-ଦେଶୀ ଘିଅ ଅଳ୍ପ ଲଗାଇବା ମଧ୍ୟ ଓଠ ପାଇଁ ଖୁବ୍ ଭଲ।
– ଲେମ୍ବୁ ରସ ୩-୪ ବୁନ୍ଦାରେ ୧ଚାମଚ ଖିର ସର ମିଶାଇ କିଛି ସମୟ ଫ୍ରିଜ୍‌ରେ ରଖିବେ। ପରେ ତାହାକୁ ତୁଳାରେ ନେଇ ଓଠରେ ଲଗାଇଲେ ଓଠ ଫଟା ସମସ୍ୟା ହୋଇନଥାଏ।
– ୧ଛୋଟ ଚାମଚ ମହୁରେ ୨ ବୁନ୍ଦା ଗ୍ଲିସେରିନ୍ ମିଶାଇ ଓଠରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ପରେ ଧୋଇନେବେ।
– ନଡ଼ିଆତେଲ ମଧ୍ୟ ଓଠରେ ଲଗାଇଲେ ଓଠ ଫଟା ସମସ୍ୟା ଦୂର ହୋଇଥାଏ।
– ଶୀତଦିନେ ଓଠରେ ମ୍ୟାଟ୍ ଲିପ୍‌୍ଷ୍ଟିକ୍ ନ ଲଗାଇବା ଉଚିତ। ଏହି ଲିପ୍‌ଷ୍ଟିକ୍ କାରଣରୁ ଓଠ ଫାଟୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Comments are closed.