www.samajalive.in
Monday, December 15, 2025
24.1 C
Bhubaneswar

ବିଜେପି ଯେଉଁଠି ଘୃଣା ଓ ହିଂସା ସେଇଠି: ରାହୁଲ ଗାନ୍ଧୀ

ଗୌହାଟି: ଶନିବାର କଂଗ୍ରେସ ଦଳ ପାଳନ କରୁଛି ୧୩୫ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୌହାଟିରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ବିଜେପି ଯେଉଁଠି ଯାଉଛି ସେଠାରେ ହିଂସା ଏବଂ ଘୃଣା ସୃଷ୍ଠି କରୁଛି। ସାରଦେଶରେ ହେଉଥିବା ହିଂସା ବିଜେପି ପ୍ରୟୋଜିତ। ଆସାମ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ବିଜେପିର ଲକ୍ଷ୍ୟ। ଏମାନେ ଯେଉଁଠି ଯାଆନ୍ତି ଏଭଳି ସ୍ଥିତି ସୃଷ୍ଟି କରନ୍ତି ବୋଲି ରାହୁଲ କହିଛନ୍ତି। ଆସାମରେ ଯୁବକ ମାନେ ସିଏଏକୁ ନେଇ ବିରୋଧ ପଦର୍ଶନ କରୁଥିଲେ। ସେହିପରି ଅନ୍ୟରାଜ୍ୟ ମାନଙ୍କରେ ମଧ୍ୟ ବିରୋଧ ପଦର୍ଶନ ହେଉଥିଲା। କିନ୍ତୁ ବିଜେପିକୁ କଣପାଇଁ ସେମାନଙ୍କୁ ହତ୍ୟା କରିବାକୁ ପଡୁଛି। ବିଜେପି ଲୋକଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନାହିଁ ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ବିଜେପି ଏବଂ ଆରଏସଏସକୁ ଆସାମର ଇତିହାସ,ଭାଷା ଏବଂ ସଂସ୍କୃତି ଉପରେ ଆକ୍ରମଣ କରିବାକୁ ଦେବୁନାହିଁ। ଆସାମକୁ ନାଗପୁର ଏବଂ ଆରଏସଏଏସର କର୍ମକର୍ତ୍ତା ଚଳାଇପାରିବେ ନାହିଁ । ଆସାମବାସୀ ଆସାମର ଶାସନକର୍ତ୍ତା ବୋଲି ରାହୁଲ କହିଛନ୍ତି।

- Advertisement -

 

ସୂଚନାଯୋଗ୍ୟ ଆଜି କଂଗ୍ରେସ ଦଳ ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ପ୍ରତିଷ୍ଠା ଦିବସ ଅବସରରେ ସାରା ଦେଶରେ କେନ୍ଦ୍ର ବିରୋଧରେ ‘ସମ୍ୱିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ରାଲି କରିଛି କଂଗ୍ରେସ। ଶନିବାର ସକାଳେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଦଳୀୟ ପତାକାକୁ ଉତ୍ତୋଳନ କରିଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସାମର ଗୌହାଟିର ଦଳୀୟ ରାଲିରେ ଯୋଗ ଦେଇ ବିଜେପି ଉପରେ ବର୍ଷିଥିଲେ। ସେହିପରି ବେଳେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଉତ୍ତର ପ୍ରଦେଶରେ ଯୋଗୀ ଏବଂ ମୋଦି ସରକାର ବିରୋଧରେ ବର୍ଷିଥିଲେ । ପ୍ରିୟଙ୍କା ରାଲିକୁ ସମ୍ବାଧିତ କରି କହିଥିଲେ ବିଜେପି ସାରାଦେଶରେ ଆତଙ୍କରାଜ ଚଲାଇଥିବା ଅଭିଯୋଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories