www.samajalive.in
Monday, December 15, 2025
16.1 C
Bhubaneswar

ଗ୍ରାମବାସୀ ନିର୍ମାଣ କଲେ ଅସ୍ଥାୟୀ ପୋଲ

ମୋହନା :  ଆଦିବାସୀ ଅଧୂସିତ ବ୍ଳକର ଉନ୍ନତି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା  ନେଇ ଡିଣ୍ଡିମ ପିଟୁଥିବା ବେଳେ ବର୍ତ୍ତମାନ ସୁଧା ଗଜପତି ଜିଲା ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ ଆଖିଦୃଷ୍ଟିୟା କାମ ହୋଇଥିବା ଦେଖିବାକୁ ମିଳୁନାହିଁ।

ଗମନା ଗମନ ପାଇଁ ରାସ୍ତା ପାଲଟିଛି ମରଣଯନ୍ତା, ଆଉ କେଉଁଠି ନଦୀ ସାଜିଛି କଣ୍ଟା । ଏଭଲି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ପଞ୍ଚାୟତ ଠାରୁ ମାତ୍ର ୩ କି.ମି ଦୂରରେ ରହିଥିବା ଗୁଣ୍ଡ୍ରିଗୁଡା, ଧନୁପଙ୍କ, ବାଢେଇପୁର, ଅଂଳଗୁଡା, ମରିଚିମା, କାମିଲିଗୁଡା ଗ୍ରାମରେ।  ରାତି ପାହିଲେ ବିଭିନ୍ନ କାମ ନେଇ ଗ୍ରାମ ଗୁଡିକରୁ ଶତାଧିକ ଲୋକ ଏବଂ ଛାତ୍ରଛାତ୍ରୀ ମୋହନା ବ୍ଲକ, ତହସିଲ, ବ୍ୟାଙ୍କ, ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସିଥାନ୍ତି। କିନ୍ତୁ ମୋହନା ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୧ କି.ମି ଦୁରରେ ପ୍ରବାହିତ ହେଉଥିବା ହରଭଙ୍ଗୀ ନଦୀ ଏମାନଙ୍କ ପାଇଁ ସାଜିଛି କଣ୍ଟା। ବର୍ଷାଦିନ ହେଲେ ଗମନା ଗମନ ଓ ଜରୁରୀ କାମ ଠପ ହୋଇଯାଉଥିବା ବେଳେ ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଓ ବଢିଲା ପାଣିରେ ଦୋଳା କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ନଜିର ମଧ୍ୟ ରହିଛି। ହରଭଙ୍ଗୀ ନଦୀ ଉପରେ କଂକ୍ରିଟ ପୋଲ କିମ୍ବା ଝୋଲା ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳର ବହୁ ଗ୍ରାମବାସୀ ମୋହନାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଳୀରେ ଓ ଜିଲା ମହକୁମାକୁ ଯାଇ ଜିଲାପାଳ ଓ ସାଂସଦ ଓ ବିଧାୟକଙ୍କ ମଧ୍ୟ ଲିଖିତ ଓ ମୌଖିକଭାବେ ଜଣାଇଛନ୍ତି। କିନ୍ତୁ ଏଥିପ୍ରତି ପ୍ରଶାସନର ଆନ୍ତରିକତା ନିର୍ବାଚିତ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଗ୍ରାମଗୁଡିକରେ ବସବାସ କରୁଥିବା ପ୍ରାୟ ୩ ହଜାର ଲୋକ ବର୍ଷର ୧୦ମାସ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କିଛି ଗ୍ରାମକୁ ରାସ୍ତା ନିର୍ମାଣ କରାଯାଇଛି ହେଲେ ନଦୀରେ ପୋଲ ନିର୍ମାନ ହୋଇପାରିନି।

- Advertisement -

ଏହି ସମସ୍ତ ଅସୁବିଧାକୁ ଦେଖି ଗୁଣ୍ଡ୍ରିଗୁଡା ଗ୍ରାମର ଆବ୍ରାହାମ ମଣ୍ଡଳ, ହେବଲ ଗମାଙ୍ଗ, ଲୋକ ମଣ୍ଡଳ, ପ୍ରକାଶ ମଣ୍ଡଳ, ସୁମଲ୍ୟ ମଣ୍ଡଳ, ନିଥିନିଏଲ ମଣ୍ଡଳ, ଆନ୍ତିନିଏଲ ମଣ୍ଡଳ, ସନ୍ତୋଷ ମଣ୍ଡଳ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମ୍ୟ ହାତପାଣ୍ଠିରୁ ଟଙ୍କା ସଂଗ୍ରହ କରି ନିଜ ପରିଶ୍ରମରେ ୮ଟି କଂକ୍ରିଟ ନଳା କିଣି ହରଭଙ୍ଗୀ ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି। ସେମାନଙ୍କର ଏପରି କାର୍ଯ୍ୟକୁ ଦେଖି ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବର୍ଷା ଦିନ ଆସିବା ପୂର୍ବରୁ ପ୍ରଶାସନ ଏହି ନଦୀ ଉପରେ ପୋଲ ନିର୍ମାଣ କରିପାରନ୍ତା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଅଭିଳାଷ ପୁରଣ ହୁଅନ୍ତା ବୋଲି ମତପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories