www.samajalive.in
Tuesday, December 9, 2025
15.1 C
Bhubaneswar

୨୦୨୩ ସୁଦ୍ଧା ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଲାଇନ ସଂପ୍ରସାରଣ ନେଇ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ଧର୍ମେନ୍ଦ୍ର

-୨୦୨୧ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲା ଯାଏ ରେଳ ଲାଇନ ସଂପ୍ରସାରଣ ଲକ୍ଷ୍ୟ
– ବଲାଙ୍ଗୀର–ଖୋର୍ଦ୍ଧା ରେଳ ଲାଇନ ସମୃଦ୍ଧ ଓଡିଶାର ଉଦାହରଣ
-୧୨ କିମି ବ୍ୟାପୀ ନୂଆ ରେଳ ଲାଇନ ନୟାଗଡବାସୀଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଛି
-ଷ୍ଟେସନରେ ଚା’ ବିକ୍ରି କରୁଥିବା ପୁଅ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ବଲାଙ୍ଗୀର-ଖୋର୍ଦ୍ଧା ରୋଡ୍‍ ଲାଇନ ପାଇଁ ଟଙ୍କା ଆସିଲା

ନୟାଗଡ: ନୟାଗଡ ରେଳ ଷ୍ଟେସନଠାରେ ଗୁରୁବାର ଖୋର୍ଦ୍ଧା ରୋଡ୍‍-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଓ ମହିପୁର ନୂତନ ରେଳ ଲାଇନର ଲୋକାର୍ପଣ ଏବଂ ମହିପୁର ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍‍-ନୟାଗଡ ଟାଉନ-ଖୋର୍ଦ୍ଧାରୋଡ ପାସେଞ୍ଜର ଟ୍ରେନ୍‍ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଲାଇନକୁ ଦଶପଲ୍ଲା ଯାଏ ସଂପ୍ରସାରଣ କରାଯିବା ସହ ୨୦୨୩ ଡିସେମ୍ବର ସୁଦ୍ଧା ବଲାଙ୍ଗୀର ଯାଏ ରେଳ ଲାଇନ ସଂପ୍ରସାରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

- Advertisement -

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୫୦ କୋଟି ଟଙ୍କା ବ୍ୟୟରେ ନୟାଗଡରୁ ମହିପୁର ପର୍ଯ୍ୟନ୍ତ ୧୨ କିମି ବ୍ୟାପୀ ନୂଆ ରେଳ ଲାଇନ ଆରମ୍ଭ ନୟାଗଡବାସୀଙ୍କ ମନରେ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ଭରିଦେଇଛି । ଯେଉଁ ଚକରା ବିଶୋଇ,ବକ୍ସି ଜଗବନ୍ଧୁ ଓଡିଆ ଜାତି ପାଇଁ ଲଢେଇ କରିଥିଲେ ତାଙ୍କର ଲଢେଇ ଆଜି ସାର୍ଥକ ହେଉଛି । ଏହି ରେଳ ଲାଇନ ଦ୍ୱାରା ନୟାଗଡର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବଲାଙ୍ଗୀର-ଖୋର୍ଦ୍ଧା ରୋଡ୍‍ ରେଳ ଲାଇନକୁ ପଇସା ସେତେବେଳେ ଆସିଲା ଯେବେ ରେଳ ଷ୍ଟେସନରେ
ଚା’ ବିକ୍ରି କରୁଥିବା ପୁଅ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଲେ। ବଲାଙ୍ଗୀର–ଖୋର୍ଦ୍ଧା ରେଳ ଲାଇନ ସମୃଦ୍ଧ ଓଡିଶା ବା ନୂଆ ଓଡିଶାର ଉଦାହରଣ। ଏହା କେବଳ ଅର୍ଥନୀତିକୁ ବଢାଇବ ନାହିଁ ଓଡିଶାକୁ ଭାବାତ୍ମକ ଭାବେ ଯୋଡିବାର ସବୁଠୁ ବଡ ରାସ୍ତା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ହେବା ପାଇଁ ଯାଉଛି ବୋଲି ସେ କହିଛନ୍ତି।


ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ତିନୋଟି ରାଜ୍ୟ ସରକାର ସମ୍ବନ୍ଧିତ କାର୍ଯ୍ୟ ଯଥା ଅବଶିଷ୍ଟାଂଶ ଜମି ଉପଲବ୍ଧ କରାଇବା, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ଓ ଅନ୍ୟାନ୍ୟ ବଳକା କାମ ପାଇଁ କ୍ଲିୟରାନ୍ସ ଦେଇ ଭାରତ ସରକାରଙ୍କୁ ପଠାଇ
ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା କ୍ଲିୟରାନ୍ସ କାମ ପୂର୍ଣ୍ଣାଙ୍ଗ ହେଲେ ନୟାଗଡରୁ ଦଶପଲ୍ଲା
ଓ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ରେଳ ଲାଇନ ସମ୍ବନ୍ଧିତ କାମ ହେବ। ଏଥିରେ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟ ହେବ।
ଏହାଦ୍ୱାରା ନୟାଗଡରେ ବିକାଶ ହେବା ସହ ଯୁବକଙ୍କ ରୋଜଗାର ବଢିବ ବୋଲି ସେ କହିଛନ୍ତି । ସେହିପରି ଓଡିଶାରେ ରେଳ ବିଭାଗର ପାଖାପାଖି ୧୦ ହଜାର କୋଟି ଟଙ୍କାର କାମ ହେଉଛି। ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଛୋଟ ଛୋଟ ସହଯୋଗର ଆବଶ୍ୟକତା ରହିଛି।
ଏହି ଅବସରରେ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ଯେ ଓଡିଶାରେ ଥିବା ସରକାରୀ ଓ ବେସରକାରୀ ଚିନି କଳର ଦାୟିତ୍ୱ
ରାଜ୍ୟ ନିଅନ୍ତୁ। ଫଳରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ବିକଳ୍ପ ଭାବେ ଚିନି କଳରୁ ବାହାରୁ ଥିବା ଅବଶେଷରୁ ଇଥାନଲ୍‍
ପ୍ରସ୍ତୁତ କରାଯିବ। ଏହାଦ୍ୱାରା ଦେଶରେ ଏହାର ଉତ୍ପାଦନ କମିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଗୁରୁବାରଠାରୁ ଏହା ମହୀପୁର ପର୍ଯ୍ୟନ୍ତ ଚାଲିବା ଆରମ୍ଭ କରିଛି । ଫଳରେ ବିଭିନ୍ନ ଷ୍ଟେସନଠାରେ ଏହା ପରିବର୍ତ୍ତିତ ସମୟରେ ଚଳାଚଳ କରିବ। ଶୁକ୍ରବାରଠାରୁ ଏହି ଟ୍ରେନ୍ ନିୟମିତ ଭାବେ ନୂଆ ସମୟରେ ଚାଲିବା ଆରମ୍ଭ କରିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories