www.samajalive.in
Saturday, December 13, 2025
18.1 C
Bhubaneswar

ଖାଦ୍ୟ ସମ୍ପର୍କିତ ଜାଣିବା କଥା

ଖାଦ୍ୟ ପ୍ରତି ଅଧିକାଂଶଙ୍କର ଦୁର୍ବଳତା ରହିଛି। ତେବେ ବିଶେଷଜ୍ଞଙ୍କ ମତରେ କେତୋଟି ଖାଦ୍ୟ ତଥା ପାନୀୟ ପ୍ରତି ରୋଗୀମାନେ ସଚେତନ ରହିବା ଏକାନ୍ତ ଜରୁରୀ। ନଚେତ୍ ଏହା ସେମାନଙ୍କର ରୋଗକୁ ଅଧିକ ବଢ଼ାଇଥାଏ।
ଆର୍ଥ୍ରାଇଟିସ୍ ରୋଗୀ ଖିର ଓ ଖିରଜାତୀୟ ଦ୍ରବ୍ୟ ସେବନ କରିବା ଅନୁଚିତ। ଏହା ସେମାନଙ୍କ ରୋଗକୁ ଅଧିକ ବଢ଼ାଏ ବୋଲି ବିଶେଷଜ୍ଞଙ୍କ ମତ।
ସେୟାବିନ୍, ସୋୟା ସସ୍, ସେୟା ମିଲ୍କ ଇତ୍ୟାଦି ଖାଦ୍ୟଦ୍ରବ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ, ହେଲେ ଆଣ୍ଠୁଗଣ୍ଠି ରୋଗୀ ଏସବୁ ଖାଇଲେ ସେମାନଙ୍କର ବିଭିନ୍ନ ଅସବୁିଧା​‌ ଉପୁଜେ।
ଶରୀରର କୌଣସି ଅଙ୍ଗରେ ବିନ୍ଧା ହେଉଥିଲେ ଟମାଟୋ, ବାଇଗଣ ଓ ଲଙ୍କା ଉତ୍ତମ ପରିବା ତାଲିକାରେ ସାମିଲ କରି ଖାଇଲେ ସେସବୁ ସମସ୍ୟା ବଢ଼ିଥାଏ ବୋଲି ପରୀକ୍ଷାରୁ ପ୍ରକାଶିତ।
ପାଉଁରୁଟିରେ ଗ୍ଲୁଟେନ୍ ଥିବାରୁ କେତେକ ବର୍ଗର ଲୋକେ ଏହା ଖାଇଲେ ସେମାନଙ୍କ ପେଟ ସମସ୍ୟା ଉପୁଜିଥାଏ।
ଆମିଷ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଖାଇଲେ ଶରୀରର ବିଭିନ୍ନ ଅଙ୍ଗ ବିନ୍ଧାବିନ୍ଧି ଆରମ୍ଭ ହେବା ସହ ବଦହଜମ ସମସ୍ୟା ଉପୁଜେ।
ଅଧିକ ପରିମାଣରେ ଚିନି ଖାଇଲେ ହୃଦରୋଗ ସହ କର୍କଟ ହେବାର ଆଶଙ୍କା ବଢ଼େ ବୋଲି ବିଶେଷଜ୍ଞଙ୍କ ମତ।
ଯେ କୌଣସି ବ୍ୟଞ୍ଜନ ପ୍ରସ୍ତୁତି ସମୟରେ, ତେଲର ଉପଯୋଗ ଅଧିକ ନ କରିବା ଉଚିତ। ଏହା କାରଣରୁ ହାତ-ଗୋଡ଼ ବିନ୍ଧା ସମସ୍ୟା ଉପୁଜିଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories