ମୁମ୍ବଇ: ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାର୍ଥôବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ତେବେ ବୁଧବାର କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀଦେବୀଙ୍କ ମରଶରୀରକୁ ଯେତେବେଳେ ଅନ୍ତିମ ଯାତ୍ରାରେ ନିଆଯାଉଥିଲା, ସେହି ସମୟରେ ଏକାଧିକ ପକେଟମାରଙ୍କ ପ୍ରାର୍ଦୁଭାବ ବଢ଼ିଥିଲା। ପୁଲିସ ସେଲିବ୍ରେସନ ସ୍ପୋର୍ଟ୍ସ କ୍ଲବଠାରୁ ଶ୍ମଶାନ ଭୂମି ମଧ୍ୟରେ ପ୍ରାୟ ୧୨ଜଣ ପକେଟମାରଙ୍କୁ ଧରିଥିଲା। ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ବଲିଉଡ ସିନେ ଷ୍ଟାରଙ୍କୁ ଦେଖିବା ଲାଗି ପ୍ରଶଂସକଙ୍କ ଭିଡ଼ ସମୟରେ ପକେଟମାର ମାତି ଯାଇଥିଲେ। ଅପରପକ୍ଷରେ ଭିଡ ସମୟରେ ମାରପିଟ କରିବା ଅଭିଯୋଗରେ ପୁଲିସ ୨୦ଜଣଙ୍କୁ ଗିରଫ ମଧ୍ୟ କରିଛି। ଶ୍ରୀଦେବୀଙ୍କ ଅନ୍ତିମ ଯାତ୍ରା ସମୟରେ ପ୍ରାୟ ୭ ହଜାର ପୁଲିସ କର୍ମୀ ମୁତୟନ ରହିଥିଲେ।
Popular Categories



