www.samajalive.in
Sunday, December 14, 2025
23.1 C
Bhubaneswar

ଭଦ୍ରକରେ ଚାଞ୍ଚଲ୍ୟ; ସ୍ତ୍ରୀ ଓ ପୁଅକୁ ହତ୍ୟା କରି ଘରେ ପୋତିଲା ସ୍ୱାମୀ

ଭଦ୍ରକ: ଧୁଷୁରି ଥାନା ସାହାସପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଅଭିଯୁକ୍ତଜଣକ ସ୍ତ୍ରୀ ଓ ୪ ମାସର କୁନିପୁଅକୁ ହତ୍ୟାକରି ଘରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଅଭୟ ମାଝିଙ୍କୁ ଗିରଫ କରିଛି।
ପୁଲିସ ସୂଚନା ମୁତାବକ, ଗତ ୨୪ ତାରିଖ ରାତିରେ ଅଭୟ ଓ ତାଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ଝଗଡ଼ା ଲାଗିଥିଲା। ବିଳମ୍ବିତ ରାତିରେ ଅଭୟ ସ୍ତ୍ରୀ ପଦ୍ମାବତୀଙ୍କୁ ଦଉଡିରେ ତଣ୍ଟିଚିପି ହତ୍ୟା କରିବା ସହ ପୁଅକୁ କାନ୍ଥରେ ପିଟି ମାରିବା ପରେ ଦୁଇଟିଯାକ ମୃତଦେହକୁ ଘରେ ଗାତ ଖୋଳି ପୋତି ଦେଇଥିଲା। ଅପରପକ୍ଷରେ ଅଭିଯୁକ୍ତ ଅଭୟ କହିବାନୁସାରେ, ସେହି ରାତିରେ ପଦ୍ମବାତୀ ପୁଅକୁ ଖାଇବାକୁ ନ ଦେଇ କାନ୍ଥରେ ପିଟି ଦେଇଥିଲା। ତେଣୁ ରାଗରେ ସେ ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଛି। ତେବେ ଗତକାଲି ପଡୋଶୀ ଏ ବାବଦରେ ଜାଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି। ଅପରପକ୍ଷରେ ବାଲେଶ୍ୱରରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories