www.samajalive.in
Saturday, December 13, 2025
23.1 C
Bhubaneswar

ଦଶନ୍ଧିର ୱିଜଡେନ୍‌ ଦଳରେ କୋହଲି, ଧୋନି

ଲଣ୍ଡନ୍‌ : ପ୍ରଖ୍ୟାତ ପତ୍ରିକା ୱିଜଡେନ୍‌ ତରଫରୁ ଗତ ଦଶନ୍ଧି ନିମନ୍ତେ କ୍ରିକେଟ୍ ଦଳ ମନୋନୀତ କରାଯାଇଛି। ଟେଷ୍ଟ ଓ ଦିନିକିଆ ଏପରି ଦୁଇଟି ଦଳ ଘୋଷିତ ହୋଇଥିବା ବେଳେ ଟେଷ୍ଟ ଦଳରେ ବିରାଟ କୋହଲି ଓ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍‌ ଏବଂ ଦିନିକିଆ ଦଳରେ ରୋହିତ ଶର୍ମା, ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ସାମିଲ କରାଯାଇଛି। ଟେଷ୍ଟ ଦଳର ଅଧିନାୟକ ଭାବେ କୋହଲିଙ୍କୁ ମନୋନୀତ କରାଯାଇଛି।
ଟେଷ୍ଟରେ କୋହଲି ୮୪ଟି ମ୍ୟାଚ୍‌ ଖେଳି ୭୨୦୨ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୨୭ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ରହିଛି। ଅନ୍ୟପକ୍ଷରେ ଅଶ୍ବିନ୍‌ ୭୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୬୨ଟି ୱିକେଟ୍ ହାସଲ କରିଛନ୍ତି।
ସେହିପରି ଦିନିକିଆରେ କୋହଲି ୨୪୨ଟି ମ୍ୟାଚ୍‌ ଖେଳି ୧୧,୬୦୯ ରନ୍‌ ସଂଗ୍ରହ କରିଥିବା ବେଳେ ଏଥିରେ ୪୩ଟି ଶତକ ଓ ୫୫ଟି ଅର୍ଦ୍ଧଶତକ ରହିଛି। ରୋହିତ ଶର୍ମା ୨୨୧ଟି ଦିନିକିଆ ମ୍ୟାଚ୍‌ ଖେଳି ୮୯୪୪ ରନ୍‌ ସଂଗ୍ରହ କରିଥିବା ବେଳେ ସେଥିରେ ୨୮ଟି ଶତକ ଓ ୪୩ଟି ଅର୍ଦ୍ଧଶତକ ରହିଛି। ଚଳିତ ବର୍ଷ ରୋହିତ ଦିନିକିଆରେ ୨୪୪୨ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଧୋନି ୩୫୦ଟି ଦିନିକିଆ ମ୍ୟାଚ୍‌ ଖେଳି ୧୦୭୭୩ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଦ୍ଧଶତକ ରହିଛି। ସୂଚନାଥାଉକି ଇଂଲଣ୍ଡରେ ଖେଳାଯାଇଥିବା ଦିନିକିଆ ବିଶ୍ବକପ୍‌ରେ ଭାରତୀୟ ଦଳ ସେମିଫାଇନାଲରେ ପରାସ୍ତ ହେବା ପରେ ଧୋନି ଦଳ ତରଫରୁ କୌଣସି ମ୍ୟାଚ୍‌ ନ ଖେଳି ବିଶ୍ରାମ ନେଉଛନ୍ତି।
ୱିଜଡେନ୍‌ ଟେଷ୍ଟ ଦଳ : ଆଲିଷ୍ଟର କୁକ୍‌ (ଇଂଲଣ୍ଡ), ଡେଭିଡ୍‌ ୱାର୍ଣ୍ଣର (ଅଷ୍ଟ୍ରେଲିଆ), କୁମାର ସାଙ୍ଗାକାରା (ଶ୍ରୀଲଙ୍କା), ଷ୍ଟିଭେନ୍‌ ସ୍ମିଥ୍‌ (ଅଷ୍ଟ୍ରେଲିଆ), ବିରାଟ କୋହଲି (ଭାରତ), ବେନ୍ ଷ୍ଟୋକ୍‌ସ (ଇଂଲଣ୍ଡ), ଏବି ଡିଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ( ଭାରତ), ଡେଲ୍‌ ଷ୍ଟେନ୍‌ (ଦକ୍ଷିଣ ଆଫ୍ରିକା), କାଗିସୋ ରାବାଡା (ଦକ୍ଷିଣ ଆଫ୍ରିକା) ଓ ଜେମ୍‌ସ ଆଣ୍ଡରସନ୍‌ (ଇଂଲଣ୍ଡ)।
ୱିଜଡେନ୍‌ ଦିନିକିଆ ଦଳ : ରୋହିତ ଶର୍ମା (ଭାରତ), ବିରାଟ କୋହଲି (ଭାରତ), ଡେଭିଡ୍‌ ୱାର୍ଣ୍ଣର (ଅଷ୍ଟ୍ରେଲିଆ), ଏବି ଡିଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ଜସ୍ ବଟଲର (ଇଂଲଣ୍ଡ), ସାକିବ୍‌ ଅଲ୍‌ ହସନ୍‌ (ବାଂଲାଦେଶ), ମହେନ୍ଦ୍ର ସିଂହ ଧୋନି (ଭାରତ), ଲାସିଥ୍‌ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ୍‌ ଷ୍ଟାର୍କ (ଅଷ୍ଟ୍ରେଲିଆ), ଟ୍ରେଣ୍ଟ ବୋଲ୍‌ଟ (ନ୍ୟୁଜିଲାଣ୍ଡ) ଓ ଡେଲ୍‌ ଷ୍ଟେନ୍‌ (ଦକ୍ଷିଣ ଆଫ୍ରିକା)।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories