www.samajalive.in
Saturday, December 13, 2025
23.1 C
Bhubaneswar

ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତା : ଶୀର୍ଷରେ ରହିଲେ କୋହଲି; ରାହାଣେ ଖସିଲେ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ମଙ୍ଗଳବାର ଜାରି ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କୋହଲି ୯୨୮ ପଏଣ୍ଟ ସହ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ୯୧୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ମାନ୍ୟତାର ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ୪ର୍ଥ ଓ ଅଷ୍ଟ୍ରେଲିଆର ମାର୍ନସ୍‌ ଲାବୁସାନ୍‌ ୩ଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ୨ୟ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିଥିବା ପାକିସ୍ତାନ ବ୍ୟାଟସମ୍ୟାନ୍ ବାବର ଆଜମ୍‌ ୩ଟି ସ୍ଥାନ ଉପରକୁ ଉଠି ୬ନଂରେ ରହିଥିବା ବେଳେ ଭାରତର ଅଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ତଳକୁ ଖସି ୭ନଂରେ ରହିଛନ୍ତି। ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ୮ମ, ଇଂଲଣ୍ଡର ଜୋ ରୁଟ୍ ୯ମ ଓ ନ୍ୟୁଜିଲାଣ୍ଡର ରସ୍‌ ଟେଲର ୧୦ମ ସ୍ଥାନରେ ରହିଛନ୍ତି। ଭାରତୀୟ ଟେଷ୍ଟ ଓପନର୍‌ ମୟଙ୍କ ଅଗ୍ରୱାଲ୍‌ ୧୨ନଂ ଓ ରୋହିତ ଶର୍ମା ୧୫ନଂରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ଶୀର୍ଷରେ ଥିବା ବେଳେ ଯଶପ୍ରୀତ୍‌ ବୁମରା ୬ନଂରେ ରହିଛନ୍ତି। ବୁମରା ଆଘାତଜନିତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‌ରୁ ଦଳରୁ ବାଦ୍ ପଡ଼ିଥିଲେ। ଅଲରାଉଣ୍ଡର ମାନ୍ୟତାରେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲଡର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତର ରବୀନ୍ଦ୍ର ଜାଡେଜା ୨ନଂରେ ରହିଛନ୍ତି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ପଏଣ୍ଟ ଟେବୁଲକୁ ଦୃଷ୍ଟି ଦେଲେ ଭାରତୀୟ ଦଳ ୩୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି। ଭାରତୀୟ ଦଳ ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ଦଳ ୨୧୬ ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୩ୟ, ଶ୍ରୀଲଙ୍କା ୪ର୍ଥ ଓ ନ୍ୟୁଜିଲାଣ୍ଡ ୫ମ ସ୍ଥାନରେ ରହିଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories