ପୁରୀ : ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ବୃହତ୍ତ ୩-ଡି ବାଲୁକା ଶାନ୍ତାକ୍ଲଜ କରି ବିଶ୍ବ ରେକର୍ଡ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
୨୫ଶହ ବର୍ଗଫୁଟ ଅଞ୍ଚଳରେ ମଙ୍ଗଳବାର ଏହାକୁ ନିର୍ମାଣ କରାଯାଇଛି। ମେରୀ ଖ୍ରୀଷ୍ଟମାସ ବାଲୁକାକଳାରେ ‘ଗୋ ଗ୍ରୀନ’ ଚିତ୍ର ଅଙ୍କନ କରି ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ତାଙ୍କର ଏହି ଆକର୍ଷଣୀୟ ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଗହଳି ପରିଲକ୍ଷିତ ହୋଇଛି।
୩-ଡି ବାଲୁକା ଶାନ୍ତାକ୍ଲଜ୍ କରି ସୁଦର୍ଶନଙ୍କ ବିଶ୍ବ ରେକର୍ଡ
Popular Categories



