www.samajalive.in
Monday, December 8, 2025
24.1 C
Bhubaneswar

ପାକ୍‌ ପରମାଣୁ ଜନକ ଗୃହବନ୍ଦୀ

ଇସ୍‌ଲାମାବାଦ : ପାକିସ୍ତାନର ପରମାଣୁ ଜନକ ଭାବେ ଦାବି କରୁଥିବା ଡ. ଅବ୍‌ଦୁଲ କାଦିର ଖାଁଙ୍କୁ ଦେଶର ସରକାର ଗୃହବନ୍ଦୀ କରି ରଖିଥିବା ଜଣାପଡ଼ିଛି। ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ମୁକ୍ତ କରିବା ପାଇଁ ସେ ଦେଶର ସୁପ୍ରିମକୋର୍ଟରେ ଗୁହାରି କରିଛନ୍ତି।
ନିଜକୁ ଜଣେ ଗବେଷକ ଭାବେ ପରିଚୟ ଦେଇ କାଦିର ଖାଁ ଛଦ୍ମବେଶରେ ନେଦରଲ୍ୟାଣ୍ଡର ଏକ ପରମାଣୁ ଲାବୋରେ​‌େ​‌ଟାରୀରେ କାର୍ଯ୍ୟ କରୁଥିବାବେଳେ ସେଠାରୁ ବୋମା ପ୍ରସ୍ତୁତ ସଂକ୍ରାନ୍ତ କାଗଜପତ୍ର ଚୋରାଇ ଆଣିଥିଲେ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେପରେ ଦେଶର ସରକାର ତାଙ୍କୁ ଏହି ଗୁପ୍ତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ପରମାଣୁ ବୋମା ନିର୍ମାଣ କ୍ଷେତ୍ରରେ ପାକିସ୍ତାନକୁ ସେ ସ୍ବାବଲମ୍ବୀ କରାଇଥିଲେ। ୧୯୮୦ ରୁ ୨୦୦୪ ମଧ୍ୟରେ ସେ ଉତ୍ତର-କୋରିଆ, ଇରାନ, ଲିବ୍ୟା, ଇରାକ ଓ ଅନ୍ୟ କେତେକ ଦେଶକୁ ଏହି ଜ୍ଞାନ କୌଶଳ କୋଟିକୋଟି ଟଙ୍କାରେ ବିକ୍ରି କରିଥିବା ଆମେରିକା ଜାଣି ପାରିଥିଲା। ଆମେରିକା ସମେତ ବିଶ୍ବର ଅନ୍ୟ କେତେକ ଶକ୍ତିଶାଳୀ ରାଷ୍ଟ୍ର ପରମାଣୁ ବୋମା ପ୍ରସ୍ତୁତ ନକରିବା ପାଇଁ ଉପରୋକ୍ତ ଦେଶଗୁଡ଼ିକୁ ଚେତାବନୀ ଦେଇଥିଲେ। କଟକଣା ଓ ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ସେମାନେ ବୋମା ତିଆରି ସରଞ୍ଜାମ ରଖିଥିଲେ ହେଁ ପ୍ରସ୍ତୁତ କରି ନଥିବା କେତେକ ସାମରିକ ବିଶେଷଜ୍ଞ ମତ ଦିଅନ୍ତି। ଏହି ବ୍ୟକ୍ତି ବିଶ୍ବ ପାଇଁ ବିପଦ ଭାବି ଅନେକ ଦେଶର ଗୁପ୍ତଚର ସଂସ୍ଥା ତାଙ୍କୁ ହତ୍ୟା କରିପାରନ୍ତି ା ଏଥିପାଇଁ ପାକିସ୍ତାନ ସରକାର ସୁରକ୍ଷା ପାଇଁ ତାଙ୍କୁ ଗୃହବନ୍ଦୀ କରି ରଖିଥିବା ଅନୁମାନ କରାଯାଉଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories