www.samajalive.in
Wednesday, December 10, 2025
14.1 C
Bhubaneswar

ବିଧି ଓଡ଼ିଆ.ଓଆରଜି ୱେବ ପୋର୍ଟାଲ ଉଦଘାଟିତ : ଉପଲବ୍ଧ ହେବ ଓଡ଼ିଆ ଭାଷାରେ ଆଇନ

ଭୁବନେଶ୍ବର : ଓଡ଼ିଆ ଭାଷାରେ ଶାସନର ପଥ ସୁଗମ କରିବପାଇଁ ତଥା ବ୍ୟାପକ ଆଇନ ସଚେତନତା ସୃଷ୍ଟି ନିମନ୍ତେ ବିଧି ଓଡ଼ିଆ.ଓଆରଜି ୱେବ ଓଡ଼ିଆ ପୋର୍ଟାଲ ଭୁବନେଶ୍ବର ଇଡ଼କଲ ଅଡ଼ିଟୋରିଅମଠାରେ ଓଡ଼ିଶାର ଆଇନ ମନ୍ତ୍ରୀ ମାନ୍ୟବର ଶ୍ରୀ ପ୍ରତାପ ଜେନା ଉଦଘାଟନ କରିଛନ୍ତି। ବିଧି ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ ଏହି ୱେବ ପୋର୍ଟାଲରେ କେନ୍ଦ୍ର ଓ ରାଜ୍ୟ ଦ୍ବାରା ପ୍ରଣୀତ ଆଇନ ଓଡ଼ିଆ ଭାଷାରେ ଭାଷାନ୍ତରୀତ ହୋଇ ଉପଲବ୍ଧ ହେବ।

ଶାସନ ପ୍ରକ୍ରିୟା ଓଡ଼ିଆ ଭାଷାରେ ହେଲେ ଏହା ଅଧିକ ଲୋକାଭିମୁଖୀ ହେବା ସହିତ ସାଧାରଣ ଜନତା ଏଥିରେ ସହଭାଗୀ ହୋଇପାରିବେ ବୋଲି ଅନେକ ଦିନରୁ ବିବେଚନା କରାଯାଉଥିଲା। ୧୯୫୪ରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ ବିଧାନସଭା ଦ୍ବାରା ମଧ୍ୟ ଗୃହିତ ହୋଇଥିଲା। ମାତ୍ର ଅନେକ କାରଣରୁ ଶାସନ ମୁଖ୍ୟତଃ ଇଂରାଜୀ ଭାଷାରେ କରାଯାଉଛି। ଏଥିନିମନ୍ତେ ସମୟକୁ ସମୟ ଭାଷା ଆନ୍ଦୋଳନ ପକ୍ଷରୁ ଦାବୀ ଉପସ୍ଥାପନା କରାଯାଇ ଓଡ଼ିଆ ଭାଷାରେ ଶାସନ ପରିଚାଳନା କରିବାପାଇଁ ଦାବୀ ହୋଇଆସୁଛି। ସରକାର ମଧ୍ୟ ଇତି ମଧ୍ୟରେ ଓଡ଼ିଆ ଭାଷାରେ ଶାସନ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରି ଓଡ଼ିଆ ଭାଷାରେ ପ୍ରଶାସନିକ କାର୍ଯ୍ୟ କରିବାପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମାତ୍ର ଇଂରାଜୀ ଭାଷାରେ ଆଇନ ଗୁଡ଼ିକ ପ୍ରଣୀତ ହୋଇଥିବାରୁ ଶାସନ ପ୍ରକ୍ରିୟା ଓଡ଼ିଆରେ କରିବା କଷ୍ଟସାଧ୍ୟ ଥିଲା। ବିଧି ପ୍ରତିଷ୍ଠାନ ପକ୍ଷରୁ ଏହି ସମସ୍ୟାର ସମାଧାନ ନିମନ୍ତେ ଓଡ଼ିଆ ଭାଷାରେ ଆଇନ ଭାଷାନ୍ତର କରାଯାଇଛି।

- Advertisement -

ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏହି ୱେବ ପୋଟାର୍ଲକୁ ଉଦଘାଟନ କରି କହିଛନ୍ତି ଯେ, ଓଡ଼ିଆ ଭାଷାରେ ଆଇନ ହେବାଦ୍ବାରା ଏହା ଜନସାଧାରଣଙ୍କୁ ଶାସନ ପ୍ରକ୍ରିୟାର ନିକଟତର କରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀ ସମୀର ରଞ୍ଜନ ଦାସ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇନ ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି। ଖଦୀ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ ପାଇକରାୟ ସାଧାରଣ ଲୋକଙ୍କ ପାଖରେ ଆଇନର ବାର୍ତ୍ତା ପହଞ୍ଚିବା ଆବଶ୍ୟକ ବୋଲି କହିଥିଲେ।

ବିଧି ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ବିକାଶ ଦାସ କହିଥିଲେ ଯେ, ଏହି ୱେ ପୋର୍ଟାଲ ମାଧ୍ୟମରେ କେବଳ ଆଇନକୁ ଭାଷାନ୍ତର କାଯାଇ ନାହିଁ ବରଂ ଆଇନକୁ ସରଳୀକରଣ କରିବା ନିମନ୍ତେ ଆଇନ ସମ୍ପର୍କରେ ଆଲେଖ୍ୟ, ପ୍ରଶ୍ନୋତ୍ତର ଓ ପାୱାରପଏଣ୍ଟ ପ୍ରେଜେଣ୍ଟେସନ ସ୍ଥାନିତ ହୋଇଛି। ପ୍ରର୍ଯ୍ୟାୟକ୍ରମେ ଏହାକୁ ଅଧିକ ସାବଲିଳ କରିବା ପାଇଁ ଭିଡ଼ିଓ ମାଧ୍ୟମରେ ଆଇନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯିବ ବୋଲି ଡ଼. ଦାସ କହିଥିଲେ।

ବିଧି ପ୍ରତିଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରି ଓଡ଼ିଆ ଭାଷାରେ ଶାସନ ବଳିଷ୍ଠ କରିବାପାଇଁ ଜନସହଯୋଗ କାମନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories