www.samajalive.in
Tuesday, December 9, 2025
15.1 C
Bhubaneswar

ବିଟେକ୍‍ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ଦୋଷୀ ରାହୁଲ ରାଜକୁ ଫାଶୀ ଦଣ୍ଡ

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ବିଟେକ୍‍ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ରାହୁଲ ରାଜକୁ ଶନିବାର ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ଗତକାଲି ରାହୁଲକୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ଆଜି ଦଣ୍ଡାଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୧୬ ମସିହା ଡିସେମ୍ବର ୧୫ ତାରିଖରେ ରାହୁଲ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ୧୬ ଡିସେମ୍ବର ସକାଳେ ବୁଟୀ ବସ୍ତି ଅଞ୍ଚଳରୁ ପୀଡ଼ିତାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଥିଲା। ସେଠାରେ ସେ ଏକୁଟିଆ ରହୁଥିଲେ। ପୁଲିସ ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ଭଉଣୀ ତାଙ୍କୁ ବାରମ୍ବାର ଫୋନ୍‍ କରିବା ସତ୍ତ୍ବେ ଫୋନ୍‍ ନ ଉଠାଇବାରୁ ସେ ଛାତ୍ରୀଙ୍କ ଜଣେ ପଡ଼ୋଶୀଙ୍କୁ ଫୋନ୍‍ କରିଥିଲେ। ଏହା ସହିତ ଛାତ୍ରୀଙ୍କ ନିକଟକୁ ଯାଇ ତାଙ୍କ ଖବର ବୁଝିବାକୁ କହିଥିଲେ। ମହିଳା ପଡ଼ୋଶୀଜଣକ ଯେତେବେଳେ ଛାତ୍ରୀଙ୍କ ଖବର ବୁଝିବାକୁ ତାଙ୍କ ଘରକୁ ଗଲେ, ସେତେବେଳେ ତାଙ୍କ ଘରୁ ଧୂଆଁ ବାହାରୁଥିଲା ଏବଂ ତାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଛାତ୍ରୀଙ୍କୁ ବଳାତ୍କାର ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା।

- Advertisement -

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories